ନିରଞ୍ଜନଙ୍କ ଆକ୍ସନ, ସୁର ଦେଖାଇଲେ ରିଆକ୍ସନ

Spread the love

କଂଗ୍ରେସରେ ହାଇପ୍ରଫାଇଲା ଡ୍ରାମା। ପିସିସି ମୁଖିଆ ପରିବର୍ତ୍ତନ ନେଇ ଚେଲା କୁମାର ଦଳୀୟ ନେତାଙ୍କ ଆଲୋଚନା କରିବାକୁ ଓଡିଶା ଆସିଥିଲେ। ହେଲେ ସବୁ ବିଗାଡି ଦେଲା ନିରଞ୍ଜନ ସୁର କଳି। ଦଳକୁ ଏକଜୁଟ କରିବାକୁ ଆସିଥିଲେ ଚେଲା କୁମାର। ହେଲେ ତାଙ୍କରି ଆଗରେ ପଦାରେ ପଡିଲା ଗୋଷ୍ଡୀ କୋନ୍ଦଳ। ଆଟାକ କାଉଣ୍ଟର ଆଟାକ୍। ନିରଞ୍ଜନ ପଟ୍ଟନାୟକ ବନାମ ସୁର ରାଉତରାୟ। ନିରଞ୍ଜନ ନେଲେ ଆକସନ। ସୁର ଦେଖାଇଲେ ରିଆକସନ। ରାଜ୍ୟ କଂଗ୍ରେସର ଦୁଇ ହେଭିୱେଟ୍ ଏବେ ମୁହାଁମୁହିଁ। ପିସିସି ମୁଖିଆ କିଏ ହେବ? ଦଳର ମଙ୍ଗ କିଏ ଧରିବ? ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏ ନିଷ୍ପତ୍ତି ନିଅନ୍ତି। ନା କି, କଂଗ୍ରେସ ହାଇକମାଣ୍ଡ। ଗଣମାଧ୍ୟମ ଆଗରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏଭଳି ବିବାଦୀୟ ବୟାନ ଦେଇଥିଲେ। ଯାହାକୁ ନେଇ ଏବେ ରାଜ୍ୟ କଂଗ୍ରେସରେ ବିଗ୍ ଫାଇଟ୍। ସୁର ରାଉତରାୟଙ୍କୁ ଏପ୍ରସଙ୍ଗରେ କାରଣ ଦର୍ଶାଅ ନୋଟିସ ଜାରି କରି ନିଆଁରେ ଘିଅ ଢାଳିଛନ୍ତି ପିସିସି ସଭାପତି। ନିରଞ୍ଜନଙ୍କ ଆକ୍ସନ ପରେ କଂଗ୍ରେସ ଭବନରେ ଦୁଇ ନେତାଙ୍କ ଭିତରେ ଦେଖିବାକୁ ମିଳିଛି ତୁ ତୁ ମେଁ ମେଁ। ସୁର ପିସିସି ସଭାପତିଙ୍କୁ ପୁରୁଣା କଥା ମନେ ପକାଇଦେଇଛନ୍ତି। ସେପଟେ  ନିରଞ୍ଜନ କହିଛନ୍ତି ‘‘ ହନୁ ମଲାବେଳେ ସତ କହେ’’

  ସେପଟେ ପିସିସି ମୁଖିଆ ପରିବର୍ତନ ନେଇ କଂଗ୍ରେସ ଭବନରେ ଦ୍ବିତିୟ ଦିନରେ ବି ମାରାଥାନ ବୈଠକ ଥିଲା। ଦଳର ରାଜ୍ୟ ପ୍ରଭାରୀ ଚେଲା କୁମାର କଂଗ୍ରେସର ଛାମୁଆ ସଙ୍ଗଠନ ସଭାପତିଙ୍କ ସହ ସିଧା ସଳକ ଆଲୋଚନା କରିଥିଲେ। ଜିଲ୍ଲା ସଭାପତିଙ୍କ ଠାରୁ ଦଳର ସ୍ଥିତି ସମ୍ପର୍କରେ ଗ୍ରାଣ୍ଡ ରିପୋର୍ଟ ନେଇଥିଲେ। ରାଜ୍ୟ ଯୁବ କଂଗ୍ରେସ ସଭାପତି ଏବଂ ଛାତ୍ର କଂଗ୍ରେସ ସଭାପତିଙ୍କ ସହ ରଦ୍ଧ ଦ୍ବାର ବୈଠକ କରି କିଏ ପିସିସି ମୁଖିଆ ହେଲେ ଭଲ ହେବ ତାର ମତ ନେଇଥିଲେ।

  କିଏ ହେବ ପିସିସି ସଭାପତି। ରେସରେ ଦୁଇଜଣଙ୍କ ନାଁ ଆଗରେ। ଶରତ ପଟ୍ଟନାୟକ ଏବଂ ଜୟଦେବ ଜେନା ହୋଇପାରନ୍ତି ବୋଲି ଦଳରେ ଚର୍ଚ୍ଚା ଜୋର। ଏପରି ସମୟରେ ନିରଞ୍ଜନ ଏବଂ ସୁର ରାଉତରାୟ ଫାଇଟ୍। ଯାହା କଂଗ୍ରେସ କୋନ୍ଦଳକୁ ପଦାରେ ପକାଇଛି ।

Leave a Reply

Your email address will not be published. Required fields are marked *