ବିରୋଧୀଙ୍କ ମତିଭ୍ରମ ହେଲାଣି : ପ୍ରଫୁଲ୍ଲ

Spread the love

ଭୁବନେଶ୍ୱର : ଯେଉଁମାନେ କହୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ହାତରେ କ୍ଷମତା ନାହିଁ, ସେମାନେ ଅଜ୍ଞ । ବିରୋଧୀଙ୍କ ମତିଭ୍ରମ ହେଲାଣି । ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ସେମାନେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି ବିଜେଡି ର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ।

ଶନିବାର ଦିନ ରାଜ୍ୟ ଶାସନ ବ୍ୟବସ୍ଥାକୁ ଟାର୍ଗେଟ୍ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଦେଇଥିବା ମନ୍ତବ୍ୟର ଜବାବ୍ ରେ ଏହା କହିଛନ୍ତି ପ୍ରଫୁଲ୍ଲ । ସେ କହିଛନ୍ତି ଓଡ଼ିଶାରେ ଯାହା ବି ହେଉଛି, ନବୀନଙ୍କ ପରାମର୍ଶରେ ହେଉଛି । ଯେଉଁମାନେ କରୁଛନ୍ତି ସେମାନେ ଜଣେ ଜଣେ ମାଧ୍ୟମ । ଜିଲ୍ଲାରେ ବିଧାୟକ, ପ୍ରଶାସନିକ ଅଧିକାରୀ ନିଜ ନିଜ ସୀମାରେ ଅଛନ୍ତିବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ନବୀନ ବାବୁ ବେଶି କୁହନ୍ତି ନାହିଁ । ହେଲେ କାମ କରନ୍ତି । କାଳିଦାସ କେଉଁଠି ଭାଷଣ ଦିଅନ୍ତିନି । ହେଲେ ସେ ବଡ ଜ୍ଞାନୀ । ରାଜ୍ୟରେ ଯାହା ହେଉଛି ମୁଖ୍ୟମନ୍ତ୍ରୀ କରୁଛନ୍ତି । ତାଙ୍କ ପରାମର୍ଶରେ ହିଁ ହେଉଛି । ବିରୋଧୀଙ୍କ ମତିଭ୍ରମ ହୋଇଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କିଛି କରୁନାହାନ୍ତି ବୋଲି ବିରୋଧୀ କହୁଛନ୍ତି । ଅନ୍ୟପଟେ ସଚିବ ସବୁ କରୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *