ଆଇଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଆଇଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ବଦଳିଲେ ଯୋଗାଣ ଓ ଶକ୍ତି ବିଭାଗର ସଚିବ । ଶକ୍ତି ବିଭାଗ ସଚିବ ପଦରୁ ହଟିଲେ ହେମନ୍ତ ଶର୍ମା । ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ । ଖାଦ୍ୟ ଯୋଗାଣ ସଚିବ ପଦରୁ ହଟିଲେ ବୀର ବିକ୍ରମ ଯାଦବ । ପ୍ରମୁଖ ସଚିବ ସଞ୍ଜୟ ସିଂହଙ୍କୁ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ବ । ଭାସ୍କର ଜ୍ୟୋତି ଶର୍ମା ଓପିଟିସିଏଲ ସିଏମଡି ଭାବେ ନିଯୁକ୍ତ ।

ସେହିପରି ହସ୍ତତନ୍ତ ଓ ବୟନଶିଳ୍ପ କମିଶନର କମ୍ ସଚିବ ଦାୟିତ୍ୱ ପାଇଲେ ଗୁହା ପୁନମ । ଗିରିଶ ଏସ୍.ଏନଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଭାବେ ନିଯୁକ୍ତ । ବୀରବିକ୍ରମ ଯାଦବଙ୍କ ହାତରୁ ଖସିଲା ଯୋଗାଣ ବିଭାଗ, ଏବେ ଯୋଗାଣ ବିଭାଗର ଦାୟିତ୍ୱରେ ନିଯୁକ୍ତ ହେଲେ ସଞ୍ଜୟ ସିଂ । ସୁଶୀଲ ଲୋହାନୀଙ୍କ ପାଖରୁ କାଢ଼ି ନିଆଗଲା ଅବକାରୀ ବିଭାଗ । ଗୁହା ପୁନମଙ୍କୁ ମିଳିଲା ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *