ବିରୋଧୀ ଏକତା ବିଜେପିକୁ ୧୦୦ ଭିତରେ ସୀମିତ କରିବ: ନୀତିଶ

Spread the love

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ ପୁଣି ଥରେ କଂଗ୍ରେସ ସମେତ ସମସ୍ତ ବିରୋଧୀଙ୍କୁ ଏକଜୁଟ ହୋଇ ଲୋକସଭା ନିର୍ବାଚନ ଲଢିବାକୁ ଦେଇଛନ୍ତି ପରାମର୍ଶ।ଯଦି  ଏକାଠି ହୋଇ ଲଢିବା ତେବେ ବିଜେପିକୁ ୧୦୦ ଆସନ ଭିତରେ ସୀମିତ ରଖିପାରିବା, ଯଦି ଏପରି ନ ହୁଏ ତେବେ କଣ ହେବ ଆପଣମାନେ ଜାଣନ୍ତି। 

ଭାକପା-ମାଲେ ଦ୍ବାରା ଆୟୋଜିତ ଫାସିବାଦୀ ଆକ୍ରମଣ ବିରୋଧରେ ଲୋକତନ୍ତ୍ର ଓ ସମ୍ବିଧାନର ରକ୍ଷା ପାଇଁ ବ୍ୟାପକ ବିରୋଧୀ ଏକତାର ନିର୍ମାଣ ବିଷୟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ନୀତିଶ କୁମାର କଂଗ୍ରେସ ସମେତ ସମସ୍ତ ଦଳଗୁଡିକର ନେତାଙ୍କୁ କହିଛନ୍ତି, ମୋର କିଛି ବି ହେବାକୁ ଇଛା ନାହିଁ। ଅନେକ ଲୋକ ମନଇଛା ନାରା ଲଗାଇଥାନ୍ତି। ମୁଁ ତ ମନା କରେ। ଅତି ଖରାପ କଥା। ତଥାପି ମୋର ମଧ୍ୟ ଗୋଟିଏ ଇଛା କି, ସମସ୍ତେ ଏକାଠି ହୋଇ ନିର୍ବାଚନ ଲଢନ୍ତୁ। ଏଥିପାଇଁ ମୁଁ ଅପେକ୍ଷା କରୁଛି। ଏବେ ଆଉ ଡେରି ନ କରନ୍ତୁ। ସେ ଆହୁରି କହିଛନ୍ତି, ନାହିଁ ସେ ପ୍ରଧାନମନ୍ତ୍ରୀ ପଦର ହକଦାର ନାହିଁ ଆଶାୟୀ। ନିର୍ବାଚନ ପରେ ସମସ୍ତେ ବସି ପ୍ରଧାନମନ୍ତ୍ରୀ ଚୟନ କରିବେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ସମସ୍ତ ବିରୋଧୀଙ୍କୁ ଏକଜୁଟ ହେବାକୁ ଅପିଲ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନୀତିଶ, ତେଜସ୍ବୀଙ୍କ ସହ କଂଗ୍ରେସ ନେତା ସଲମାନ ଖୁର୍ସିଦ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝିଙ୍କ ସବେତ  ଭାକପା-ମାଲେର  ନାସନାଲ ସେକ୍ରିଟାରୀ କମରେଡ ଦୀପଙ୍କର ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *