ବିରୋଧୀ ଏକତା ମୋର ଲକ୍ଷ୍ୟ

Spread the love

ପାଟନା: ପ୍ରଧାନମନ୍ତ୍ରୀ ପଦ ପାଇଁ ନୀତିଶଙ୍କ ପ୍ରବଳ ଆଶକ୍ତିର କାରଣ ସ୍ୱରୂପ ସେ ବିଜେପି ସହ ମେଣ୍ଟ ଭାଙ୍ଗି ମହାଗଠବନ୍ଧନ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନୀତିଶ । ତାଙ୍କୁ ଏସମ୍ପର୍କରେ ପଚରା ଯିବାରୁ ସେ ହାତ ଯୋଡି କହିଛନ୍ତି, ପ୍ରଧାନମନ୍ତ୍ରୀ ହେବା ତାଙ୍କ ଲକ୍ଷ୍ୟ ନୁହେଁ । ଲୋକଙ୍କ ମଙ୍ଗଳ ପାଇଁ କାମ କରିବା ମୋର ଲକ୍ଷ୍ୟ । ଦେଶରେ ସମସ୍ତ ବିରୋଧୀଙ୍କୁ ଏକଜୁଟ କରିବାକୁ ମୁଁ ମୋର ସର୍ବୋତ୍ତମ ଦେଉଛି । ଯଦି ଏହା ସମ୍ଭବ ହୋଇଯାଏ ତେବେ ବେଶ ଭଲ ହେବ ।
ନୀତିଶ ଆହୁରି କହିଛନ୍ତି, ପ୍ରତି ବ୍ୟକ୍ତି ଏକତାର ବନ୍ଧନରେ ବାନ୍ଧି ହୁଅନ୍ତୁ, ଆମେ ଏହା ଚାହୁଁଛୁ । ଏଦିଗରେ ମୁଁ ସକାରାତ୍ମକ ପଦକ୍ଷେପ ନେଉଛି । ବିରୋଧୀଙ୍କୁ ଏକତ୍ରିତ କରିବାକୁ ମୁଁ ସବୁ କିଛି କରୁଛି ଓ କରୁଥିବି । ଏହା ହେବ ମୋର ପ୍ରଥମ କାର୍ଯ୍ୟ ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ନୀତିଶଙ୍କ ଏପରି ବୟାନ ପରେ ବିରୋଧୀଙ୍କ ମଧ୍ୟରେ ନୂତନ ଉର୍ଜାର ସଂଚାର ହେବ ବୋଲି ଆଶା କରାଯାଇ ପାରେ ।
ନୀତିଶ ତାଙ୍କ ଶତ୍ରୁ ଆରଜେଡି, କଂଗ୍ରେସ, ବାମପନ୍ଥୀ ପରି ଛୋଟ ଦଳକୁ ନେଇ ସରକାର ଗଠନ କରିବା ପରେ ବିଜେପିକୁ ଭାରି ବାଧିଛି । ଏହାକୁ ନେଇ ବିଜେପି ନେତୃବନ୍ଦ ଲଗାତର ନୀତିଶଙ୍କୁ ଆକ୍ରମଣ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ହେବାକୁ ତାଙ୍କ ମହତ୍ୱାକାଂକ୍ଷା ତାଙ୍କୁ ବିହାର ଜନାଦେଶ ବିରୋଧୀ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *