ପଲାନିସ୍ବାମୀ ଅନ୍ନାଦ୍ରମୁକର ମହାସଚିବ

Spread the love

ଚେନ୍ନାଇ: ଇ ପଲାନିସ୍ବାମୀଙ୍କୁ ଉଚ୍ଚ ନ୍ୟାୟାଳୟରୁ ସବୁଜ ସଙ୍କେତ ମିଳିବା ପରେ ମଙ୍ଗଳବାର ଦିନ ଅନ୍ନାଦ୍ରମୁକର ମହାସଚିବ ପଦ ସମ୍ଭାଳିଛନ୍ତି। ଏଥିସହ ପାର୍ଟି ଉପରେ ଏବେ  ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସିଯାଇଛି। ମାଡ୍ରାସ ହାଇକୋର୍ଟ ଜୁଲାଇ ୧୧ରେ ଅନ୍ନାଦ୍ରମୁକଙ୍କ ସାଧାରଣ ପରିଷଦର ପ୍ରସ୍ତାବଗୁଡିକ ବିରୋଧରେ ପାର୍ଟିର ନେତା ଓ ପନିରସେଲ୍ଭାସ ଓ ତାଙ୍କ ସହଯୋଗୀମାନଙ୍କ ଯାଚିକାକୁ ବୁଧବାର ଖାରଜ କରି ଦେଇଥିଲେ। ଏହି ପ୍ରସ୍ତାବଗୁଡିକରେ ତାଙ୍କୁ ତଥା ତାଙ୍କ ସମର୍ଥକମାନଙ୍କୁ ଦଳରୁ ବହିଷ୍କାର କରିବାକୁ ନେଇ ମଧ୍ୟ ଅଭିଯୋଗ ହୋଇଥିଲା।

ଏହା ପରେ ପରେ ଏଥି ସମ୍ବନ୍ଧିତ ନିର୍ବାଚନ ଅଧିକାରୀ ଅନ୍ନାଦ୍ରମୁକର କାର୍ଯ୍ୟାଳୟରେ ସର୍ବସମ୍ମତି କ୍ରମେ ୬୮ ବର୍ଷୀୟ ପଲାନୀସ୍ବାମୀଙ୍କୁ ଦଳର ଅନ୍ତରୀଣ ମହାସଚିବ ଭାବେ ଘୋଷିତ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ଏହି ପଦୋନ୍ନତି ପାଇଁ ନିଜ ସମର୍ଥକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେପଟେ ପଲାନିସ୍ବାମୀଙ୍କ ହାତରେ ଦଳର କମାଣ ଯିବାକୁ ନେଇ ମୁଖ୍ୟ ବିରୋଧୀ ଦଳର ବହୁ ନେତା ଏହା ଅନ୍ନାଦ୍ରମୁକ ପାଇଁ ଶୁଭଙ୍କର ବୋଲି କହିଛନ୍ତି।

କୋର୍ଟଙ୍କ ନିଷ୍ପତ୍ତି ପରେ ଅନ୍ନାଦ୍ରମୁକ ମୁଖ୍ୟାଳୟରେ ପଲାନିସ୍ବାମୀଙ୍କ ସମର୍ଥକମାନେ ଉତ୍ସବ ମନାଇଛନ୍ତି। ବାଣ ଫୁଟାଇବା ସହ ମିଠା ବଣ୍ଟା ଯାଉଛି। ନିଷ୍ପତ୍ତି ପରେ ପଲାନିସ୍ବାମୀ ପାର୍ଟି ମୁଖ୍ୟାଳୟରେ ପହଞ୍ଚିଥିଲେ ଓ ସେଠାରେ ଅନ୍ନାଦ୍ରମୁକର ଦିବଙ୍ଗତ ନେତା ଏମ ଜି ରାମଚନ୍ଦ୍ରନ ଓ ଜେ ଜୟଲଳିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

 ଅନ୍ନାଦ୍ରମୁକର ଓକିଲ ଆଇଏସ ଇନ୍ବାଦୁରଇ କହିଛନ୍ତି କି, କୋର୍ଟ ଦଳର ମହାସଚିବର ନିର୍ବାଚନ କରିବା ବିରୋଧରେ ଦାୟର ସମସ୍ତ ଯାଚିକାଗୁଡିକ ଖାରଜ କରିଛନ୍ତି। ସାମ୍ବାଦିକଙ୍କୁ କହିଛନ୍ତି କି, ପନିରସେଲ୍ଭାମ ୧୧ ଜୁଲାଇ ୨୦୨୨ର ପ୍ରସ୍ତାବଗୁଡିକ ବିରୋଧରେ ଦାଖଲ ଯାଚିକା ଥିଲା। ଏହାକୁ ଖାରଜ କରି ଦିଆଯାଇଛି। ଏହାର ଅର୍ଥ, ସାଧାରଣ ପରିଷଦ ବୈଧ ଅଟେ, ତାର ପ୍ରସ୍ତାବ, ସଂକଳ୍ପ ମଧ୍ୟ ବୈଧ।

Leave a Reply

Your email address will not be published. Required fields are marked *