ଆଜି ଏନଡିଏ ସାଂସଦ ମାନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ, ସାଧାରଣ ନିର୍ବାଚନ ରଣନୀତି ନେଇ କରିବେ ଚର୍ଚ୍ଚା

Spread the love

ଭୁବନେଶ୍ୱର : ଆଜି ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏ ସାଂସଦ ମାନଙ୍କୁ ଭେଟିବେ ଓ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଆଲୋଚନା କରିବେ ।

ମିଳିଥିବା ସୂଚନା ଅନୁସାରେ ଜୁଲାଇ ୩୧ରୁ ଅଗଷ୍ଟ ୧୦ ଯାଏ ଏନଡିଏ ସାଂସଦ ଅଲଗା ଅଲଗା ସମୂହ କରି ପ୍ରଧାନମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିବେ । ଅନେକ ସାଂସଦ ନିଜର କାମର ସମସ୍ତ ତଥ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେବେ । ଏହି ବୈଠକର ଶୁଭାରମ୍ଭ ଉତ୍ତରପ୍ରଦେଶର ସାଂସଦଙ୍କ ଠାରୁ ଆରମ୍ଭ ହେବ ।

ପ୍ରଧାନମନ୍ତ୍ରୀଙ୍କ ସହ ଜେପି ନଡ୍ଡା, ରାଜନାଥ ସିଂ, ଅମିତ ଶାହା ଏହି ବୈଠକରେ ଉପସ୍ଥିତ ରହିବେ । ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଓଡିଶାର ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।

Leave a Reply

Your email address will not be published. Required fields are marked *