ଓଡିଶାର ଶିକ୍ଷାନୁଷ୍ଠାନ ମୂଲ୍ୟାୟନରେ ରାଜନୀତି ହେଉଛି: ବିଜେଡି

Spread the love

ଭୁବନେଶ୍ୱର : ଓଡିଶାର ଶିକ୍ଷାନୁଷ୍ଠାନଗୁଡିକର ମୂଲ୍ୟାୟନ କ୍ଷେତ୍ରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜନୀତି କରୁଛନ୍ତି । ଗ୍ରାମୀଣ ଗୃହନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡିଶା କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ ହେଉଥିବାବେଳେ ଶିକ୍ଷା କ୍ଷେତ୍ରରେ ଏଭଳି ର୍ୟାଙ୍କିଂ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିବା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶାରେ ପ୍ରାୟ ୮୦୦୦ ହାଇସ୍କୁଲରେ ରୂପାନ୍ତରଣ କରାଯାଉଛି ଯାହାକି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରୁଛି । ଓଡ଼ିଶା ଆରମ୍ଭ କରିଥିବା ମୋ ସ୍କୁଲ ଅଭିଯାନ ଯାହା କି ଦେଶରେ ଅତୁଳନୀୟ ଏବଂ ଏହାକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି, ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟଗୁଡ଼ିକର ପର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ରିପୋର୍ଟରେ ଓଡିଶା ର଼୍ୟାଙ୍କିଙ୍ଗରେ ହ୍ରାସ ଘଟିବା ଆଶ୍ଚର୍ଯ୍ୟଜନକ ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ଖରାପ ଭାବେ ଦର୍ଶାଇବା ଏବଂ ଓଡିଶାବାସୀଙ୍କୁ ବଦନାମ କରିବା ପାଇଁ ଏହା ଏକ ସୁଚିନ୍ତିତ ପ୍ରୟାସ । ଆଶ୍ଚର୍ଯ୍ୟର କଥା ଯେ ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମାନ୍ୟତାରେ ମଧ୍ୟ ହ୍ରାସ କରାଯାଇଛି ।

ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓଡିଶାର ଶିକ୍ଷା ବ୍ୟବସ୍ଥାର ମୂଲ୍ୟାୟନ କ୍ଷେତ୍ରରେ ଏଭଳି ରାଜନୀତିରେ ଲିପ୍ତ ଅଛି । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ମୂଲ୍ୟାୟନକୁ ଆମେ ମାନ୍ୟତା ଦେଉ ନାହୁଁ କାରଣ ଏହା ଯୋଗ୍ୟତା ଅପେକ୍ଷା ରାଜନୀତି ସହିତ ଅଧିକ ଜଡିତ ଅଟେ ।

Leave a Reply

Your email address will not be published. Required fields are marked *