ୱାଏନାଡରୁ ଉପନିର୍ବାଚନ ଲଢିବେ ପ୍ରିୟଙ୍କା

Spread the love

ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ପ୍ରିୟଙ୍କା ଗାନ୍ଧୀ । ଭାଇ ରାହୁଲ ଗାନ୍ଧୀ ଙ୍କ ୱାଏନାଡ ଆସନରୁ ଉପନିର୍ବାଚନ ଲଢିବେ ଭଉଣୀ ପ୍ରିୟଙ୍କା ଗାନ୍ଧୀ । ଏନେଇ ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କେରଳର ୱାଏନାଡ୍ ଓ ଉତ୍ତରପ୍ରଦେଶର ରାୟବରେଲି ଦୁଇ ଆସନରୁ ବିଜୟୀ ପରେ ୧୪ ଦିନ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୋଟିଏ ଆସନ ଛାଡିବାର ଥିଲା । ବହୁ ଚର୍ଚ୍ଚା ଆଲୋଚନା ପରେ ଶେଷରେ ରାହୁଲ ରାଏବରେଲି ଆସନ ରଖିବା ନେଇ ନିଷ୍ପତ୍ତି ନେଇଛନ୍ତି । ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟ ଭଲ ପଦର୍ଶନ କରିଥିବାରୁ ରାହୁ Aଲ ରାୟବରେଲି ଆସନ ରଖିବାକୁ ନଷ୍ପତ୍ତି ନେଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *