ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ସାମାଜିକ ନ୍ୟାୟ ପାଇଁ ଲଢ଼େଇକୁ ତୀବ୍ର କରିବାକୁ ଚାହୁଁଥିବା ଦର୍ଶାଇ ଆପ୍ ଦଳରୁ ଇସ୍ତଫା ଦେଇଛନ୍ତି ।
ସୀମାପୁରୀର ଏବେର ବିଧାୟକ ଶ୍ରୀ ଗୌତମ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି ।
ଶ୍ରୀ ଗୌତମ ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ସାମାଜିକ ନ୍ୟାୟ ଏବଂ ସବୁ କ୍ଷେତ୍ରରେ ବହୁଜନ ସମାଜର ଅଂଶଗ୍ରହଣ ପାଇଁ ସଂଘର୍ଷକୁ ତ୍ୱରାନ୍ୱିତ କରିବା ପାଇଁ ସେ ଆପ୍ ର ସଦସ୍ୟତା ଏବଂ ସମସ୍ତ ପଦବୀରୁ ଇସ୍ତଫା ଦେଉଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now