Kalahandi

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା : ଜଣେ ମୃତ, ୨ ଗୁରତର

ମୁଖୀଗୁଡା : ଗତକାଲି ସକାଳ ପ୍ରାୟ ୯ଟା ୩୦ ମିନିଟ ସମୟରେ କଳାହାଣ୍ଡି ଜିଲ୍ଲା ମୁଖୀଗୁଡା – ଜୟପାଟଣା ରାସ୍ତାର ହାତୀନଦୀ ବ୍ରିଜ ନିକଟରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଘେନୁଗୁଡା ଗ୍ରାମର ରାମ ନାଏକ(୩୫) ଓ ଦୁର୍ଜନ ନାଏକ(୩୦) ମୁଖୀଗୁଡା ପଟୁ ଜୟପାଟଣାକୁ ଡିଜେଲ ଆଣି ଆସୁଥିବା ବେଳେ ଧର୍ମଗଡ଼ ଫୁଣ୍ଡା ଫରମ ଗ୍ରାମର ଆକାଶ ଘି(୩୬) ଜୟପାଟଣା ପଟୁ ମୁଖୀଗୁଡାକୁ ଯାଉଥିଲେ । ତେବେ ହାତୀ ବ୍ରିଜ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ରାମ ନାଏକ ଓ ଆକାଶ ଘି ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଦୁର୍ଜନ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିଲା । ତେବେ ୧୦୮ ଆମ୍ବୁଲାନ୍ସ ଯୋଗେ ରାମ ନାଏକ ଓ ଆକାଶ ଘିଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ନେବା ସମୟରେ ବାଟରେ ରାମ ନାଏକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button