ସଂସଦକୁ ଯିବେ ରାକ୍ଷୀ ସାବନ୍ତ : ହେମା

Spread the love

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାବତଙ୍କ ନିର୍ବାଚନ ଲଢିବା ଚର୍ଚ୍ଚା ଜୋର ଧରିଛି। ଉତ୍ତର ପ୍ରଦେଶର ମଥୁରାରୁ କଙ୍ଗନା ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହା ଉପରେ ମଥୁରାରୁ ବିଜେପିର ବର୍ତ୍ତମାନର ସାଂସଦ ତଥା ବଲିଉଡ ଅଭିନେତ୍ରୀ ହେମା ମାଲିନି ପ୍ରତିକ୍ରିୟାଶୀଳ ହୋଇଛନ୍ତି। ହେମା କହିଛନ୍ତି, ମଥୁରାରେ କଣ ସବୁ ଫିଲ୍ଲ ଅଭିନେତା ହିଁ ଦରକାର। ମଥୁରାରୁ ସାଂସଦ କରିବାକୁ ଆଗାମୀ ଦିନରେ ରାଖି ସାବନ୍ତଙ୍କୁ ମଧ୍ୟ ପଠାଇ ଦେବେ।

ମଥୁରାରୁ ସାଂସଦ ଥିବା ବିଜେପି ନେତ୍ରୀ ହେମା ମାଲିନି କହିଛନ୍ତି କି, ଭଲ, ବହୁତ ଭଲ। ମଥୁରାରୁ ଆପଣମାନେ କେବଳ ଫିଲ୍ମ ଷ୍ଟାରଙ୍କୁ ଚାହୁଁଛନ୍ତି। ଆଗାମୀ ଦିନରେ ଏମିତି କି ରାକ୍ଷୀ ସାବନ୍ତ ବି ହେଇଯିବେ।

ଏଠାରେ ଉଲ୍ଲେଖ ଯୋଗ୍ୟ କି, କଙ୍ଗନା ରାନାୱତଙ୍କ ନିର୍ବାଚନ ଲଢିବାକୁ ନେଇ ହେମା ମାଲିନିଙ୍କ ପ୍ରତିକ୍ରିୟା ଉପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି। ଜଣେ ଟ୍ବିଟର ଉପଭୋକ୍ତା ପଚାରିଛନ୍ତି, ତେବେ କଣ ହେମାଙ୍କ ପାଇଁ ରାକ୍ଷୀ ଓ କଙ୍ଗନାଙ୍କ ମଧ୍ୟରେ କୌଣସି ଫରକ ନାହିଁ। ଅନ୍ୟଜଣେ କହିଛନ୍ତି, ନିଜେ ଜଣେ ବଲିଉଡ ଅଭିନେତ୍ରୀ ହୋଇଥିବା ବେଳେ ଏପରି କହୁଛନ୍ତି।

Leave a Reply

Your email address will not be published. Required fields are marked *