ମହାରାଷ୍ଟ୍ରର ୨୦ ତମ ରାଜ୍ୟପାଳ ହେଲେ ରମେଶ ବୈସ

Spread the love

() ଶନିବାର ଦିନ ଭଗତ ସିଂହ କୋଶ୍ୟାରୀଙ୍କ ଜାଗା ନେଇଛନ୍ତି ରମେଶ ବୈସ। ରମେଶ  ମହାରାଷ୍ଟ୍ର ୨୦ ତମ ରାଜ୍ୟପାଳ ଭାବେ ଶପଥପାଠ କରିଛନ୍ତି। ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଏସ ଭି ଗଙ୍ଗାପୁରଭାଲା ରାଜଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବୈସ ମରାଠିରେ ଶପଥପାଠ କରିଥିଲେ। ଏହି ଶପଥଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଉପସ୍ଥିତ ଥିଲେ।

ବୈସ ଏହା ପୂର୍ବରୁ ଝାରଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଉଥିଲେ। ଶୁକ୍ରବାର ଦିନ ପରମ୍ପରା ଅନୁଯାୟୀ ବୈସ ମୁମ୍ବାଇସ୍ଥିତ ରାଜଭବନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ସ୍ବାଗତ ସମାରୋହରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସନ୍ତୋଷ କୁମାର, ଯୁଗ୍ମ ସଚିବ ଶ୍ବେତା ସିଙ୍ଘଲ, ପ୍ରାଚି ଜାମ୍ଭେକର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

କୋଶ୍ୟାରୀ ୨୦୧୯ ସେପ୍ଟେମ୍ବରରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କାର୍ଯ୍ୟଭାର ସମ୍ଭାଳିଥିବା ବେଳେ ଗତ ସପ୍ତାହରେ ଇସ୍ତଫା ଦେଇଥିଲେ। 

ସେହିପରି ପୂର୍ବତନ ଅର୍ଥ ରାଜ୍ୟମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା ହିମାଚଳ ପ୍ରଦେଶର ୨୯ ତମ ରାଜ୍ୟପାଳ ଭାର ଗ୍ରହଣ କରିଛନ୍ତି।  ଗତ ୧୨ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ରାଷ୍ଟ୍ରପତି ଭବନ ପକ୍ଷରୁ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳଙ୍କ ନାମ ଘୋଷଣା କରାଯାଇଥିଲା।

Leave a Reply

Your email address will not be published. Required fields are marked *