ବିହାର ବିଧାନସଭାରେ ଜୋରଦାର ହଙ୍ଗାମା

Spread the love

ପାଟନା: ବିହାର ବିଧାନସଭାରେ ଆଜି ଦେଖିବାକୁ ମିଳିଛି ଜୋରଦାର ହଙ୍ଗାମା। ଗଲୱାନ ହିଂସାରେ ସହିଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ପୁଲିସର ଦୁର୍ବ୍ୟବହାରକୁ ବିରୋଧ କରି ଗୃହକୁ ବ୍ୟାକଆଉଟ କରିଥିଲା ବିଜେପି। ସେହିପରି ପ୍ରଶ୍ନକାଳରେ ବିଜେପି ବିଧାୟକ ଲଖିନ୍ଦ୍ର ପାସୱାନଙ୍କ ପ୍ରଶ୍ନ ଉପରେ ଶାସକ ପକ୍ଷରୁ ଗାଳି ଦିଆଯାଇଥିଲା। ଏହାକୁ ନେଇ ପାସୱାନ ମାଇକ ଭାଙ୍ଗିଦେଇଥିଲେ। ଏହା ପରେ ଶାସକ ଓ ବିରୋଧୀ ଗୃହ ଭିତରେ ହୋଇଥିଲେ ମୁହାଁମୁହିଁ। ହଙ୍ଗାମ ନ ଥମିବାରୁ ଶେଷରେ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ହୋଇଥିଲା।

ମଙ୍ଗଳବାର ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ଆଗକୁ ବିଜେପି ବିଧାୟକମାନେ ଗଲୱାମରେ ଚୀନ ସୈନ୍ୟଙ୍କ ସହ ଲଢୁଥିବା ସହିଦ ଜୟ କିଶୋର ସିଂଙ୍କ ପିତା ରାଜ କପୁର  ସିଂଙ୍କ ଗିରଫଦାରୀକୁ ନିନ୍ଦା କରିବା ସହ ବିଧାନସଭାର କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ କରିଥିବା ପ୍ରଦର୍ଶନ।  କିଛି ବିଧାୟକ ବିଧାନସଭା ସଚିବଙ୍କ ଟେବୁଲ ଉପରେ ଚୌକି ରଖି କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ କରିଥିଲେ ଚେଷ୍ଟା। ଏହାକୁ ନେଇ ଗୃହ ଅଧ୍ୟକ୍ଷ ଅବଧ ବିହାରୀ ବିରୋଧୀ ନେତା ବିଜୟ କୁମାର ସିହ୍ନାଙ୍କୁ ନିଜ ପକ୍ଷ ରଖିବାକୁ ଦେଇଥିଲେ ଅନୁମତି। ଏହା ପରେ ସିହ୍ନା ଅଭିଯୋଗ କରିଥିଲେ କି, ବିହାରରେ ମହା ମେଣ୍ଟ ସରକାର ଜାଣିଶୁଣି ସଶସ୍ତ୍ର ବଳର ଅପମାନ କରୁଛି, ଏହା କୌଣସି ସଂଯୋଗ ନୁହେଁ। ଏଥିସହ ସିହ୍ନା  ଗଲୱାନ ମୁଦ୍ଦାରେ ଚର୍ଚ୍ଚା ପାଇଁ କାର୍ଯ୍ୟ ମନ୍ତ୍ରଣା ସମିତିର ବୈଠକ ଡକାଯାଉ। ସିହ୍ନାଙ୍କ ଏହି ବୟାନ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ନିଜ ସିଟରୁ ଉଠି କହିଥିଲେ କି, ଅଧ୍ୟକ୍ଷଙ୍କୁ ବିରୋଧୀଙ୍କ ଚାପରେ କୌଣସି ଭୁଲ ନିର୍ଣ୍ଣୟ ନେବା ଅନୁଚିତ।

ଗୃହରେ ହଙ୍ଗାମା ଭିତରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଥିଲେ କି, ଯବାନ ସହିଦ ହେବାର କିଛି ଦିନ ପରେ ସେ ଜୟ କିଶୋର ସିଂହଙ୍କ ପରିବାରକୁ ଭେଟି ଥିଲେ। ତେଜସ୍ବୀ ଆହୁରି କହିଥିଲେ କି, ସେ ଜନଦାହା ଥାନା ଅଧୀନ ଚକଫତହର ବାସିନ୍ଦା, ଯାହା ତାଙ୍କ ନିର୍ବାଚନ ମଣ୍ଡଳୀ ରାଧୋପୁର ଠାରୁ ଅଧିକ ଦୂର ନୁହେଁ। ତେବେ ସହିଦଙ୍କ ପିତାଙ୍କ ଦାବି କି, ସହିଦଙ୍କ ସ୍ମୃତିରେ ଏକ ସ୍ମାରକ ନିର୍ମାଣ କରାଯାଉ, ଆଇନଗତ ଦୃଷ୍ଟିରୁ ଏହା ଉପରେ ବିଚାର କରାଯିବ।  

ସେପଟେ ପ୍ରଶ୍ନକାଳରେ ଶାସକ ଦଳ ଓ ବିରୋଧୀ ବିଜେପି ମୁହାଁମୁହିଁ। ବିଜେପି ବିଧାୟକ ଲଖିନ୍ଦ୍ର ପାସୱାନ ଏକ ପ୍ରଶ୍ନ କରିବାରୁ ଶାସକ ଦଳ ପକ୍ଷରୁ ଗାଳି ଗୁଲଜ ଦିଆଯାଇଥିବା ବୋଲି କୁହାଯାଉଛି। ଏହା ପରେ ହଙ୍ଗାମାର ସୂତ୍ରପାତ ହୋଇଥିବା କୁହାଯାଉଛି।

କୁହାଯାଉଛି, ପାସୱାନ ପାତେପୁର ବିଧାନସଭା ମଣ୍ଡଳୀରୁ ବିଧାୟକ ଅଛନ୍ତି। ଆଜି ସେ ବିହାରର ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଥିଲେ। ଏହି ମୁଦ୍ଦାକୁ ନେଇ ବିଧାନସଭାରେ କାର୍ଯ୍ୟ କାର୍ଯ୍ୟ ବନ୍ଦ ପ୍ରସ୍ତାବ ଆଣିଥିଲା। ସେହିପରି ଅଙ୍ଗନବାଡି ସେବିକାଙ୍କ ଦରମା ବଢାଇବା ପ୍ରସଙ୍ଗକୁ ନେଇ ମଧ୍ୟ ଜୋରଦାର ହଙ୍ଗାମା କରିଥିଲା ବିଜେପି।

Leave a Reply

Your email address will not be published. Required fields are marked *