କର୍ଣ୍ଣାଟକରେ ଜୋସ ଭରିଲେ ସ୍ବରାଷ୍ଟ୍ରମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜୋସ ଭରିଲେ ଅମିତ ଶାହ । ରବିବାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କର୍ଣ୍ଣାଟକକୁ ଦିନିକିଆ ଗ୍ରସ୍ତରେ ଯାଇ ତାଙ୍କ ଭାଷଣରେ ଶ୍ରମିକମାନଙ୍କ ମନରେ ଅଧିକ ଶକ୍ତି ଓ ଉତ୍ସାହ ଭରିଦେଇଛନ୍ତି । ଏହି ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ କହିଛନ୍ତି ସାରା ରାଜ୍ୟରେ ବିଜେପି ସମର୍ଥକ ଭରିରହିଛନ୍ତି ଓ ସଂପୂର୍ଣ୍ଣ ରାଜ୍ୟରେ ଏବେ ବିଜେପିର ଲହର ଦେଖାଯାଉଛି । ଆଉ ଆମେ କେନ୍ଦ୍ର ସରକାରଙ୍କ ସଫଳତା ସହ ଲୋକଙ୍କ ସାଥିରେ ଆଗକୁ ବଢୁଛୁ।

ମୁଖ୍ୟମନ୍ତ୍ରୀ ବୋମାଇ ସାମ୍ବାଦିକମାନଙ୍କୁ ଜଣାଇଥିଲେ କି କର୍ଣ୍ଣାଟକର କିତୁର ଠାରେ ବିଜେପି ସରକାରର ଅଧିକ ପ୍ରଭାବ ରହିଛି । କେନ୍ଦ୍ରମନ୍ତ୍ରୀ ଭାଷଣ ପରେ ଶ୍ରମିକମାନଙ୍କ ମନରେ ଅଧିକ ଉତ୍ସାହ ଭରିଯାଇଛି । ଯାହା ଏହି ସଭାରେ ଦେଖା ଦେଇଛି। ଯଦିଓ କଂଗ୍ରେସ ନେତାମାନେ ରାଜ୍ୟରେ କଂଗ୍ରେସର ପ୍ରଭାବ ଅଧିକ ଥିବା କହୁଥିବା ବେଳେ ସତ୍ୟ ସଂପୂର୍ଣ୍ଣ ଅଲଗା । ଶାହ ଲୋକମାନଙ୍କୁ କୌଣସି ପ୍ରକାର ନିର୍ଦ୍ଦିଷ୍ଟ ନିର୍ଦ୍ଦେଶବଳୀ ପ୍ରଦାନ କରିନାହନ୍ତି କି କାହା ବିରୋଧରେ କିଛି କହିନାହାନ୍ତି । ସେ କହିଛନ୍ତି କି ତୁମେମାନେ ଆସୁଥିବା ବିଧାନ ସଭା ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ । ବସବରାଜ ବୋମାଇ  କେବେ କୌଣସି ଦଳ ବିରୋଧରେ କିଛି କହିନାହାନ୍ତି। ସେ ସବୁବେଳେ ରାଜ୍ୟର ଉନ୍ନତିମୂଳକ କାର୍ଯ୍ୟରେ ସାମିଲ ରହି ଲୋକଙ୍କ ସାଥିରେ ଚାଲୁଛନ୍ତି  ଓ ସବୁବେଳେ ଲୋକମାନଙ୍କର ମୂଳ ସମସ୍ୟା ଉପରେ ଧ୍ୟାନ ଦେଉଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *