ସିଦ୍ଧାରମେୟାଙ୍କ ପୁସ୍ତକ ଉନ୍ମୋଚନ ରଦ୍ଦ

Spread the love

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁସ୍ତକ ଉନ୍ମୋଚନକୁ ନେଇ ରାଜନୀତି ତେଜ। କୋର୍ଟଙ୍କ ଆଦେଶ ପରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଛି। ବେଙ୍ଗାଲୁରୁର ସ୍ଥାନୀୟ କୋର୍ଟ ସୋମବାର ଦିନ କଂଗ୍ରେସର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟାଙ୍କ ଉପରେ ରଚିତ ପୁସ୍ତକ ସିଦ୍ଧୁ ନିଜାକାନାସୁଗଲୁ ବା ସିଦ୍ଧୁଙ୍‌କ ପ୍ରକୃତ ସ୍ବପ୍ନ ଉନ୍ମୋଚନକୁ ବନ୍ଦ କରାଯାଇଛି।

କୋର୍ଟ ପୁସ୍ତକ ଉନ୍ମୋଚନର ମାତ୍ର କିଛି ସମୟ ପୂର୍ବରୁ ଏହା ଉପରେ ରୋକ ଲଗାଇଛନ୍ତି। ଏଥିସହ ରାଜ୍ୟର ଉଚ୍ଚ ଶିକ୍ଷାମନ୍ତ୍ରୀ ସି ଏନ ଅଶ୍ବଥ ନାରାୟଣ ଓ ଅନ୍ୟମାନଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୁସ୍ତକର ପ୍ରକାଶନ, ବଜାରକୁ ଛଡାଯିବା, ପ୍ୟାକିଂ ଓ ପ୍ରଦର୍ଶନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଏହାକୁ ଶାସନାଧୀନ ବିଜେପିର କୁଚକ୍ରାନ୍ତ ବୋଲି ଅଭିଯୋଗ ଆଣିଛନ୍ତି ସିଦ୍ଧାରମୈୟା। ଏଥିସହ ସେ କହିଛନ୍ତି, ମୁଁ ଜାଣେ ନାହିଁ, ଯିଏ ଯେଉଁ ରଙ୍ଗର ଚଷମା ପିନ୍ଧିବ ତାକୁ ଦୁନିଆ ସେମିତି ଦିଶିବ। କିଏ ଟିପୁଙ୍କ ପରି ପୋଷାକ ପିନ୍ଧି ହାତରେ ସେମାନଙ୍କ  ଖଣ୍ଡା ଧରିଛନ୍ତି?  ଯଦୁରପ୍ପା ଓ ଶୋଭା କରାନ୍ଡଲାଜେ ଥିଲେ ଯିଏ  ଟିପୁଙ୍କ ଉପରେ ଲିଖିତ ସେଖ ଅଲିଙ୍କ  ପୁସ୍ତକର ମୁଖବନ୍ଧ ଲେଖିଥିଲେ। ଏହା କଣ ଦୋମୁହଁପଣ ନଥିଲା ବୋଲି ପ୍ରଶ୍ନ କରିଛନ୍ତି।  ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇଙ୍କ ବିରୋଧରେ ଏହା କଂଗ୍ରେସର ବାଣ ଭାବେ ପୁସ୍ତକୁ ବିଜେପି ଦେଖୁଛି।

Leave a Reply

Your email address will not be published. Required fields are marked *