ଜମ୍ମୁ କାଶ୍ମୀରକୁ ଫେରିବ ରାଜ୍ୟ ମାନ୍ୟତା: ସାହ

Spread the love

ନୂଆଦିଲ୍ଲୀ: ନିକଟରେ ଜମ୍ମୁ କାଶ୍ମୀରରେ ହୋଇଥିବା ପଞ୍ଚାୟତ ନିର୍ବାଚନରୁ ନୂତନ ନେତୃତ୍ବ ବାହାରିବେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହଙ୍କୁ ଯେତେବେଳେ ଜମ୍ମୁ କାଶ୍ମୀରର ରାଜନୈତିକ ସାମ୍ରାଜ୍ୟ ସମ୍ପର୍କରେ ପଚରା ଗଲା ସେ ମୁଫ୍ତି ଓ ଅବଦୁଲ୍ଲାମାନଙ୍କ ବିନା ନାମ ନେଇ ଏପରି କହିଛନ୍ତି। ପଞ୍ଚାୟତ ନିର୍ବାଚନରୁ ଯେଉଁ ପଞ୍ଚ ଓ ସରପଞ୍ଚ ନିର୍ବାଚିତ ହୋଇଛନ୍ତି, ସେମାନଙ୍କ ଭିତରୁ ବାହାରିବେ ନୂଆ ନେତୃତ୍ବ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସାହ କହିଛନ୍ତି, ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରୁଛି। ମୁଁ ସ୍ପଷ୍ଟଭାବେ କହିଥିଲି କି, ନିର୍ବାଚନ ପରେ ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ମିଳିବ। କେନ୍ଦ୍ର ଶାସିତ ଅଞ୍ଚଳର ଭୋଟର ତାଲିକା ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ଏବେ ନିର୍ବାଚନ କମିଶନ ନିର୍ବାଚନ ଘୋଷଣା କରିବେ।

ଆର୍ଟିକିଲ ୩୭୦ ଉଚ୍ଛେଦକୁ ନେଇ ସାହ କହିଛନ୍ତି କି, ଏହା ବିଜେପି ଓ ଜନସଂଘର ଅଜେଣ୍ଡା ରହିଆସିଥିଲା। ଏହି ପ୍ରସଙ୍ଗରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ସନ୍ଦର୍ଭରେ ମଧ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି କି, ୧୯୫୦ପରଠାରୁ, ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଠାଇବା ଆମର ଅଜେଣ୍ଡା ରହି ଆସିଥିଲା। ଏବେ ଯେଉଁଭାବେ ଜମ୍ମୁରେ ବିକାଶମୂଳକ କାର୍ଯ୍ୟ ଆଗେଇ ଯାଉଛି ଓ ଆତଙ୍କୀ ତଥା ଆତଙ୍କବାଦୀ ଆକ୍ରମଣ ହ୍ରାସ ପାଇଛି, ତାହା ପ୍ରମାଣିତ କରିଛି ଆମ ପଦକ୍ଷେପ ଠିକ। ଯେଉଁମାନେ ବଜେପିକୁ ଆକ୍ରମଣ କରୁଛନ୍ତି, ସେମାନେ କୁହନ୍ତୁ କାହା ସମୟରେ ଉପତ୍ୟକାରେ ଆତଙ୍କ ବୃଦ୍ଧି ପାଇଥିଲା ।

ସେ ଆହୁରି କହିଛନ୍ତି, ନିର୍ବାଚନକୁ ନେଇ ପ୍ରଶ୍ନ ହେଉଛି, ସେମାନେ କଣ ସ୍ଥାନୀୟ ନିର୍ବାଚନକୁ ମନେ ରଖିନାହାନ୍ତି? ସେସବୁ ଆମ ଶାସନ କାଳରେ ହୋଇଛି। ୭୦ ବର୍ଷ ଧରି ନିର୍ବାଚନ ହୋଇ ନଥିଲା। ତିନୋଟି ପରିବାରର ଜମ୍ମୁ କାଶ୍ମୀର ଉପରେ କବଜା ରହିଥିଲା ଓ ଏବେ ସେମାନେ ଚିତ୍କାର କରୁଛନ୍ତି। ଫାରୁକ ଅବଦୁଲ୍ଲା ଇଂଲଣ୍ଡ ଯାଇଥିଲେ,ଯାହା ସମୟରେ ଆତଙ୍କବାଦ ଉପତ୍ୟକାରେ ବୃଦ୍ଧି ପାଇଥିଲା ଓ ସେ ଏହାକୁ ସ୍ବୀକୃତି ଦେଇଥିଲେ। ଏହା ହେଉଛି ପ୍ରଶ୍ନର ଉଚିତ ଉତ୍ତର।

Leave a Reply

Your email address will not be published. Required fields are marked *