ହିନ୍ଦୁ ଯୁବକଙ୍କ ମୃତ୍ୟୁକୁ ନେଇ ଛତିଶଗଡ ବନ୍ଦ

Spread the love

VHP STRIKE IN CHATTISHGARH

()- ଛତିଶଗଡର ବେମେତରାରେ ଜଣେ ୨୨ ବର୍ଷୀୟ ହିନ୍ଦୁ ଯୁବକଙ୍କ ହତ୍ୟା ଘଟଣାକୁ ନେଇ ଆଜି ଛତିଶଗଡ ବନ୍ଦ। ବେମେତରାର ହିଂସାତ୍ମକ ଘଟଣାକୁ ନିନ୍ଦା କରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆଜି ଛତିଶଗଡ ବନ୍ଦ ଘୋଷଣା କରାଯାଇଛି। ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ବିଜେପି ସମେତ ଅନେକ ସଂଗଠନ। ଘଟଣାକୁ ଦେଖି ରାଜ୍ୟରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେପଟେ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଲୋକମାନଙ୍କୁ ଅପିଲ୍ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ।

ସାମାନ୍ୟ ବଚସାକୁ ନେଇ ମହାଭାରତ ସ୍କୁଲ ପିଲାଙ୍କ ସାମାନ୍ୟ ସାଇକେଲ ବିବାଦକୁ ନେଇ ଉପୁଜିଗଲା ରକ୍ତାକ୍ତ ସଂଘର୍ଷ। ଦୁଇ ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ହିଂସାକୁ ନେଇ ଆଜି ଛତିଶଗଡ ବନ୍ଦ। ବିଶ୍ୱ ହିନ୍ଦୁ ପରିଷଦର ଆହ୍ୱାନ ପରେ ଅନେକ ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେପି ସମେତ ଅନେକ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ବେମେତରାରେ ଘଟିଥିବା ହିଂସାତ୍ମକ ଘଟଣାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି। ଜୟ ଶ୍ରୀରାମ ନାରା ସ୍ଲୋଗାନ ଦେଇ ବନ୍ଦ ପାଳନ କରିଛି ଭିଏଚପି ସଂଗଠନ। ଗତ ଶନିବାର ଦିନ ଛତିଶଗଡର ବେମେତରା ଜିଲ୍ଲାର ବିରନପୁର ଗ୍ରାମରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଯୁବକ ପ୍ରାଣ ହରାଇଥିଲେ। ଯୁବକଙ୍କ ହତ୍ୟାକୁ ବିରୋଧ କରି ଛତିଶଗଡ ବନ୍ଦ ଡାକରା ଦେଇଛି ଭିଏଚପି ସଂଗଠନ ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ରାୟପୁର ବସଷ୍ଟାଣ୍ଡରେ ଭିଏଚପି ସଂଗଠନ ବିରୋଧ ପ୍ରଦର୍ଶନ କରିବା ସହ ବସଷ୍ଟାଣ୍ଡ ବନ୍ଦ କରିଥିଲେ। ଦୋକାନ ବଜାର ବନ୍ଦ କରିବା ସହ ରାୟପୁରର ସବୁଠାର ବଡ ବଜାର ଶାସ୍ତ୍ରୀ ବଜାରକୁ ମଧ୍ୟ ବନ୍ଦ କରିଥିଲେ। ବେମେତରାର ୨୨ ବର୍ଷୀୟ ଯୁବକ ଭୁବନେଶ୍ୱର ସାହୁଙ୍କ ହତ୍ୟା ପରେ ତାଙ୍କ ପରିବାର ସଦସ୍ୟ ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି ସେପଟେ ହିନ୍ଦୁ ଯୁବକଙ୍କ ହତ୍ୟା ଘଟଣାକୁ ଜିହାଦି ମାମଲା ବୋଲି କହିଛି ବିଶ୍ୱ ହିନ୍ଦୁ ପରିଷଦ। ବୃନ୍ଦାବନ ସହରରେ କୌଣସି ପ୍ରକାର ହିଂସା ଓ ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସହରର ପ୍ରତ୍ୟେକ ଛକରେ ଭାରି ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ରାଜ୍ୟପାଳଙ୍କୁ ଅପିଲ୍ କରାଯାଇଛି 

ସୂଚନା ମୁତାବକ, ଏପ୍ରିଲ ୮ରେ ବେମେତରା ଜିଲ୍ଲାର ବିରନପୁର ଗାଁରେ ଏକ ଶିଶୁକୁ ମାଡ ମାରିବା ଘଟଣା ସାମ୍ନାକୁ ଆସିଥିଲା ଏହାପରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଭୁବନେଶ୍ୱର ସାହୁଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁପରେ ଗାଁରେ ଦେଖାଦେଇଥିଲା ଉତ୍ତେଜନା। ସ୍ଥିତି ହୋଇଥିଲା ଅଣାୟତ୍ତ ପରିସ୍ଥିତିକୁ ସମ୍ଭାଳିବାକୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକମାନେ ପୋଲିସ ଉପରକୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ। ଏହି ଆକ୍ରମଣରେ ଜଣ ପୋଲିସ କର୍ମୀ ଆହତ ହୋଇଥିଲେ କିଛି ଲୋକ ପୋଲିସ ଗାଡିରେ ନିଆଁ ଲଗାଇବା ସହ ଗାଁର ବିଭିନ୍ନ ଘରକୁ ମଧ୍ୟ ଜାଳିଦେଇଥିଲେ। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିରନପୁର ଅଞ୍ଚଳରେ ୧୪୪ ଧାରା ଜାରି କରାଯିବା ସହ ଇଣ୍ଟରନେଟ ସେବାକୁ ଠପ୍ କରିଦିଆଯାଇଛି

ଅନ୍ୟପଟେ ହିଂସା ଘଟଣାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି। ଅଭିଯୋଗ ଆଧାରରେ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଘଟଣା ଉପରେ ପୂରା ପ୍ରଶାସନ ଫୋକସ୍ କରିଛି। ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଲୋକମାନଙ୍କୁ ଅପିଲ୍ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସେପଟେ ଭିଏଚପି କାର୍ଯ୍ୟକାରୀ ଅଧ୍ୟକ୍ଷ ଚନ୍ଦ୍ରଶେଖର ବର୍ମା କହିଛନ୍ତି, ସ୍କୁଲ ପିଲାଙ୍କ ବିବାଦ ଯୋଗୁଁ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପଛରେ ଏକ ସମ୍ପ୍ରଦାୟର ୫୦ ପରିବାର ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଛତିଶଗଡରେ ବେଆଇନ ରୋହିଙ୍ଗ୍ୟା ମୁସଲମାନ ଏବଂ ବାଲାଂଦେଶୀ ଅନୁପ୍ରବେଶକାରୀଙ୍କ ବସବାସ ଯୋଗୁଁ ଛତିଶଗଡ ଜିହାଦ ଗଡରେ ପରିଣତ ହୋଇଛି। ଛତିଶଗଡର ସଂସ୍କୃତି ପ୍ରତି ବିପଦ ସୃଷ୍ଟି କରିବାକୁ ଏକ ସ୍ୱତନ୍ତ୍ର ସମ୍ପ୍ରଦାୟ ଦ୍ୱାରା ଭାଙ୍ଗିବାକୁ ଉଦ୍ୟମ କରାଯାଉଛି। ଯାହାକୁ ଭିଏଚପି ସଂଗଠନ ବିରୋଧ କରିବ।

ବିରନପୁର ଅଞ୍ଚଳରେ ପୋଲିସ ଯାଞ୍ଚ କରୁଛି। ହତ୍ୟାକାଣ୍ଡ ଘଟଣାକୁ ନେଇ ଏପର୍ଯ୍ୟନ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହାକୁ ବିରୋଧ କରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ରାୟପୁର, ବିଳାସପୁର, ରାୟଗଡା, ଦୁର୍ଗ, ଜଗଦଲପୁର ଭଳି ରାଜ୍ୟରେ ଚକ ଜାମ୍ କରାଯାଇଛି।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *