ସୁଧୀର ସାମଲଙ୍କ ପ୍ରତିକ୍ରିୟା

ଆଇଏଏସ ବିଷ୍ନୁ ପଦ ସେଠୀ ଙ୍କୁ ସିବିଆଇ ସମନ ଘଟଣାରେ ବିଜେଡ଼ି ନେତା ସୁଧୀର ସାମଲଙ୍କ ପ୍ରତିକ୍ରିୟା। ବିଜେଡ଼ି ମାର୍କା ଅଫିସର ଙ୍କ ଉପରେ ଯଦି କାର୍ଯ୍ୟାନୁଷ୍ଠାନ ହେଉଛି ତାହାଲେ 3 ଜଣ ଅଫିସର କିପରି promotion ପାଇ ଗଲେ ନେଇ କଲେ ପ୍ରଶ୍ନ। Bureaucrats ସଂଗଠନ ରାଜନେତାଙ୍କ ସଂଗଠନ ଠାରୁ ଅଧିକ ମଜଭୁତ। ସେମାନେ adjust କରି ଚଳିଯିବେ କିନ୍ତୁ ରାଜନେତା କେସ୍ ମାଡ ଖାଇ ମରିବ। ବିଜେଡ଼ି ମାର୍କା ଅଫିସର କିଛି ନାହିଁ। ମୋର ବ୍ୟକ୍ତିଗତ ମତ ହେଲା, ଅଫିସର ଙ୍କ ନୀତି ହେଲା ବର୍ଷା ଯୁଆଡେ ଛତା ସିଆଡେ। କିଛି ଅଫିସର politicalize ହୋଇଯାନ୍ତି କିନ୍ତୁ କିଛି manage କରି ଚାଲନ୍ତି। ନବୀନ ବାବୁଙ୍କ ସରକାର ରେ ବି ଅନେକ୍ ଅସାଧୁ ଅଫିସର ଙ୍କ ବିରୋଧରେ Vigilance କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଡବଲ ଇଞ୍ଜିନ୍ ସରକାର ଆସିଛି କାର୍ଯ୍ୟାନୁଷ୍ଠାନ ନେଉଛି ଭଲ କଥା। କିନ୍ତୁ ମାର ମାର ଭଣ୍ଡାରିଆକୁ ମାର ନୀତି ନ ହେଉ। କେସ୍ ବିଚାର ପାଇଁ ତାରିଖ ପରେ ତାରିଖ ନ ଗଡୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *