ସୂରଜ ସୂର୍ଯ୍ୟବଂଶୀଙ୍କୁ ସବୁଥିରେ ଖାଲି ରାଜନୀତି ହିଁ ଦେଖାଯାଉଛି : ବିଜେଡି

Spread the love

ଭୁବନେଶ୍ୱର : ସ୍କୁଲ ୟୁନିଫର୍ମର ରଙ୍ଗ ପରିବର୍ତ୍ତନକୁ ନେଇ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ଟ୍ୱିଟ୍ ର ଜବାବ୍ ଦେଇଛି ବିଜେଡି । ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ ଟୁଇଟ୍ କରି କହିଛନ୍ତି ଯୁବ ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କୁ ସବୁଥିରେ ଖାଲି ରାଜନୀତି ହିଁ ଦେଖାଯାଉଛି । କେଉଁଠି ସବୁଜ ରଙ୍ଗ ଦେଖିଲେ ସେ ବାଉଳିଚାଉଳି ହେଉଛନ୍ତି । ଅଧିକାଂଶ ପନିପରିବା ଓ ଗଛଲତାର ରଙ୍ଗ ସବୁଜ । ତାହେଲେ କଣ ସେ ସବୁଜ ପରିବା ଖାଇବା ଛାଡ଼ିଦେବେ? ଗଛଲତା ଦେଖିଲେ ଆଖି ବୁଜି ଦେବେ?

ଆମ ଜାତୀୟ ପତାକାରେ ବି ସବୁଜ ରଙ୍ଗ ରହିଛି । ଯେଉଁମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି, ସେମାନେ ବହୁତ ଭାବିଚିନ୍ତି ପ୍ରଗତିର ରଙ୍ଗ ସବୁଜକୁ ପତାକାରେ ସ୍ଥାନ ଦେଇଛନ୍ତି । ମାତ୍ର  ସୂରଜ ଏହାର ମହତ୍ୱ ବୁଝି ପାରିବେ ନାହିଁ । ରଙ୍ଗକୁ ନେଇ ଏଭଳି ନକାରାତ୍ମକ ରାଜନୀତି କରୁଥିବା ସସୂରଜଙ୍କୁ ଲଜ୍ଜା ଲାଗିବା ଉଚିତ । ରାଜନୀତି କରିବାକୁ ଆହୁରି ବହୁତ ପ୍ରସଙ୍ଗ ଅଛି । କିନ୍ତୁ ନିରୀହ ସ୍କୁଲ ପିଲାଙ୍କ ପୋଷାକର ରଙ୍ଗକୁ ନେଇ ସେ ଅନ୍ତତଃ ଘୃଣାର ରାଜନୀତିରୁ ବିରତ ରହନ୍ତୁ ବୋଲି ଟ୍ୱିଟ୍ କରିଛନ୍ତି ବିଜେଡି ମୁଖପାତ୍ର ।

Leave a Reply

Your email address will not be published. Required fields are marked *