ଇଡବ୍ଲୁ ଏସ ୧୦ ପ୍ରତିଶତ ଆରକ୍ଷଣକୁ ତାମିଲନାଡୁରେ ବିରୋଧ

Spread the love

ଚେନ୍ନାଇ: ସୁପ୍ରିମକୋର୍ଟ ଇଡବ୍ଲୁଏସଙ୍କ ପାଇଁ ୧୦ ପ୍ରତିଶତ ଆରକ୍ଷଣକୁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ କିନ୍ତୁ ତାମିଲ ନାଡୁର ଶାସକ ରାଜନୈତିକ ଦଳଗୁଡିକୁ ଗରିବ ସବର୍ଣ୍ଣଙ୍କୁ ଇଡବ୍ଲୁଏସ ଆରକ୍ଷଣ ହଜମ ହେଉ ନାହିଁ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଦ୍ବାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ୧୦୩ତମ ସମ୍ବିଧାନ ସଂଶୋଧନ ବିଧେୟକକୁ ଗ୍ରହଣ କରାଯାଇ ନାହିଁ। ବୈଠକରେ ମତ ପ୍ରକାଶ ପାଇଛି କି, ଏପରି ହେଲେ ଗରିବଙ୍କ ଭିତରେ ଭେଦଭାବ ସୃଷ୍ଟି ହେବ।

ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକକୁ ମୁଖ୍ୟ ବିରୋଧ ଦଳ ଅନ୍ନାଦ୍ରମୁକ ଓ ତାଙ୍କ ସହଯୋଗୀ ବିଜେପି ବହିଷ୍କାର କରିଛି। ସେପଟେ ବୈଠକରେ ସାମିଲ ହୋଇଥିବା ଶାସକ ଦଳ ଓ ସହଯୋଗୀ ଦଳ ଇଡବ୍ଲୁଏସ ଆରକ୍ଷଣ ଉପରେ ପୁନର୍ବିଚାର ପାଇଁ ଯାଚିକା ଦାୟର କରିବାକୁ  ଦାବି କରିଛନ୍ତି।

ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ପୋନମୁଡି କହିଛନ୍ତି କି, ବୈଠକରେ ସାମିଲ ସମସ୍ତ ସଦସ୍ୟ ସୁପ୍ରିମକୋର୍ଟଙ୍କ ରାୟ ଉପରେ ପୁନର୍ବିଚାରକୁ ସମର୍ଥନ ଜଣାଇଛନ୍ତି। ଏଥିସହ ଅନ୍ନାଦ୍ରମୁକ ବୈଠକରେ ଅନୁପସ୍ଥିତି ରହିବାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ମନ୍ତ୍ରୀ।  ଦିଗଜ, ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନ ଓ ଜେ ଲୟଲଳିତା ସର୍ବଦା ସାମାଜିକ ନ୍ୟାୟ ପାଇଁ ଲଢି ଆସିଛନ୍ତି।  ବୈଠକରେ ଦ୍ରମୁକ ସହଯୋଗୀ ଦଳ କଂଗ୍ରେସ, ବାମ ଦଳ, ଏମଡିଏମକେ ଓ ବିଦୁଥଲାଇ ଚିରୁଥିଗମ କାଚି, ପଟ୍ଟାଲି ମକ୍କଲ କାଚି ଭାଗ ନେଇଥିଲେ।

୮ ନଭେମ୍ବରକୁ ୧୦ ପ୍ରତିଶତ ଆରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଆଦେଶ ବିରୋଧରେ ପୁନର୍ବିଚାର କରିବାକୁ ଯାଚିକା ଦାୟର କରିବ ବୋଲି ରାୟ ଆସିବା ପରେ ଶାସକ ଦଳ ଦ୍ରମୁକ ଘୋଷଣା କରି ସାରିଛି।

Leave a Reply

Your email address will not be published. Required fields are marked *