ବିଜେପିର ମିଶନ ତେଲେଙ୍ଗାନା : ଆଜି ହାଇଦ୍ରାବାଦରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ

Spread the love

ଆଜି ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଦୁଇ ଦିବସୀୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ଶୁକ୍ରବାର ସନ୍ଧ୍ୟାରେ ହିଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ହାଇଦ୍ରାବାଦରେ ପହଁଚିଛନ୍ତି । ଏହାପରେ ଦଳ ପକ୍ଷରୁ ରୋଡ୍ ସୋ କରାଯାଇ ଶକ୍ତି ପ୍ରଦର୍ଶନ କରାଯାଇଥିଲା । ତେବେ ଦଳର ଏହି ବୈଠକରେ ୩୦୦ରୁ ଅଧିକ ନେତା ସାମିଲ ହେବେ । ଶନିବାର ଓ ରବିବାର ବୈଠକ ପରେ ପ୍ରଧାନମନ୍ତ୍ରୀ ଏଖ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦଳର ବରିଷ୍ଠ ନେତା ଯୋଗଦେବେ । ବୈଠକ ଏହି ସମୟରେ ହେଉଛି ଯେତେବେଳେ ପଡୋଶୀ ମହାରାଷ୍ଟ୍ରରେ ବିଜେପି ସରକାରକୁ ଫେରିଛି । ତେବେ ବୈଠକର ମୁଖ୍ୟ ଫୋକସ୍ ରହିବ ୨୦୨୪ ଲୋକସଭା ନିର୍ବାଚନ ଓ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ।

ହାଇଦ୍ରାବାଦରେ ଦୀର୍ଘ ୧୮ ବର୍ଷ ପରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆୟୋଜନ ପଛରେ ବିଜେପିର ମିଶନ ତେଲେଙ୍ଗାନା ଥିବା କୁହାଯାଉଛି । ବିଜେପି ମହାସଚିବ ତରୁଣ ଚୁଘ୍ କହିଛନ୍ତି ଯେ, ତେଲେଙ୍ଗାନାରେ କେସିଆର ସରକାରର ଏବେ ଓଲଟା ଗଣତି ଆରମ୍ଭ ହୋଇଯାଇଛି । କେସିଆର ମୁଖ୍ୟମନ୍ତ୍ରୀ ଆସନରେ ୩ ହଜାରରୁ ଅଧିକ ଦିନ ବସିଲେଣି । ଏବେ ଏହା ଶେଷ ହେବାର ସମୟ ଆସିଛି । ଦଳ ତେଲେଙ୍ଗାନାର ୧୧୯ ଆସନରେ ନିଜ କର୍ମୀଙ୍କୁ ପଠାଇ ଦଳକୁ ଶକ୍ତିଶାଳୀ କରୁଥିବା ସେ କହିଛନ୍ତି ।ବିଜେପି ଦେଶର ଦକ୍ଷିଣ ପ୍ରାନ୍ତରେ ଏବେ ନିଜର ଦବଦବା ଜାହିର କରିବାକୁ ଚାହୁଁଛି । ଆସନ୍ତା ବର୍ଷ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ରହିଛି । ଟିଆରଏସକୁ ମାତ୍ ଦେବା ଲକ୍ଷ୍ୟରେ ଦଳ ରହିଛି । ପୂର୍ବରୁ ହାଇଦ୍ରାବାଦ ମ୍ୟୁନିସିପାଲଟିରେ ବିଜେପି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲା ।

ଅଭିଷେକ ପୁରୋହିତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *