ମହିଳା ଶିକ୍ଷିତ ହୋଇ ଘରେ ବସିପାରିବେ…

Spread the love

ବମ୍ୱେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ। କୌଣସି ମହିଳା ଶିକ୍ଷିତ ହୋଇ ଘରେ ବସିପାରିବେ ନାହିଁ ଏହା ବାଧ୍ୟତା ମୂଳକ ନୁହେଁ। ମହିଳାମାନଙ୍କର ପସନ୍ଦ କାମ କରିବା, ସେ କେବଳ ଗ୍ରାଜୁଏଟ ବୋଲି କାମ କରିବାକୁ ବାଧ୍ୟ ହେବେ ତାହା ନୁହେଁ, ସେ ଚାହିଁଲେ ଘରେ ରହିପାରିବେ। ହଁ ଏଭଳି କିଛି ରାୟ ଶୁଣାଇଛନ୍ତି ବମ୍ୱେ ହାଇକୋର୍ଟର ଜଷ୍ଟିସ ଭାରତୀ ଡାଙ୍ଗ୍ରେ। ଶୁକ୍ରବାର ଦିନ ବମ୍ୱେ ବାଇକୋର୍ଟ ଜଣେ ମହିଳାଙ୍କୁ କାମ କରିବାକୁ କିମ୍ୱା ଘରେ ରହିବାକୁ ପସନ୍ଦ କରିବା ଉପରେ ଗୁରିତ୍ୱାରୋପ କରିଛନ୍ତି।


ଆମ ସମାଜ ଏପର୍ଯ୍ୟନ୍ତ ଗ୍ରହଣ କରିପାରି ନାହିଁ ଯେ ଘରର ମହିଳା ଆର୍ଥିକ ଦିଗରେ ଯୋଗଦାନ ଦେବା ଉଚିତ୍। ଜଷ୍ଟିସ ଡାଙ୍ଗ୍ରେ କହିଛନ୍ତି ଯେ କାମ କରିବା ହେଉଛି ମହିଳାଙ୍କ ପସନ୍ଦ। ସେ କେବଳ ଗ୍ରାଜୁଏଟ ବୋଲି କାମ କରିବେ ତାହା ହୋଇପାରିବ ନାହିଁ ମହିଳାମାନେ ଚାହିଁଲେ ଘରେ ମଧ୍ୟ ବସିପାରିବେ। ମୁଁ ଜଣେ ଜଷ୍ଟିସ। ଆସନ୍ତାକାଲି ଧରାଯାଉ ମୁଁ ଚାକିରି ଛାଡି ଘରେ ରହିବି। ସେଥିପାଇଁ ଆପଣ କହିବେ କି ‘ମୁଁ ଜଣେ ବିଚାରପତି ହେବା ପାଇଁ ଯୋଗ୍ୟ ଏବଂ ଘରେ ବସିବା ମୋର ଉଚିତ୍ ନୁହେଁ ବୋଲି’ କହି ପ୍ରଶ୍ନ କରିଛନ୍ତି ଜଷ୍ଟିସ ଭାରତୀ ଡାଙ୍ଗ୍ରେ। ପୁନ୍ନେ ର ଏକ ଫ୍ୟାମିଲ କୋର୍ଟରେ ଏକ ଆଦେଶକୁ ଚ୍ୟାଲେଞ୍ଜ କରି ସ୍ୱାମୀଙ୍କ ଦରଖାସ୍ତ ଦାଖଲ ହୋଇଥିବା ଏକ ସଂଶୋଧନ ଆବେଦନ ଉପରେ ଶୁଣାଣୀ ହୋଇଥିଲା।

ପତ୍ନୀଙ୍କ ରକ୍ଷାଣାବେକ୍ଷଣ ଦାୟିତ୍ୱ ବହନ କରିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ପିଟିସନର ଶୁଣାଣି ସମୟରେ ସ୍ୱାମୀଙ୍କ ଆଡଭୋକେଟ ଅଭିଜିତ ସରୱାତେ କୋର୍ଟର ନିର୍ଦ୍ଦେଶକୁ ଅନ୍ୟାୟ ବୋଲି କହିଛନ୍ତି। ସେ ଯୁକ୍ତି କରିଥିଲେ କି, ପତ୍ନୀଙ୍କର ଚାକିରି ଥାଇ ମଧ୍ୟ କୋର୍ଟ କାହିଁକି ପାରିଶ୍ରମିକ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି କିନ୍ତୁ ଏହି ଯୁକ୍ତିକୁ ଗ୍ରହଣ କରପାରିନଥିଲେ। ଶିକ୍ଷିତ ମହିଳାଙ୍କର କାର୍ଯ୍ୟ ଉପରେ କିମ୍ୱା ଘରେ ରହିବାକୁ ପସନ୍ଦ ଉପରେ ଏଭଳି ଟିପ୍ପଣୀ କେତେଦୂର ଗ୍ରହଣୀୟ, ତାକୁ ତର୍ଜମା କରିଥିଲେ। ସୂଚନା ଅନୁଯାୟୀ, ସ୍ୱାମୀ ଏବଂ ସ୍ତ୍ରୀ ୨୦୧୦ ରେ ବିବାହ କରିଥିଲେ। ଉଭୟଙ୍କର ଏକ ଝିଅ ମଧ୍ୟ ରହିଛି। ତାଙ୍କ ପତ୍ନୀ ଝିଅ ସହିତ ୨୦୧୩ ରେ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ରହିଥିଲେ।

ଏପ୍ରିଲ ୨୦୧୩ ରେ ପତ୍ନୀ ତାଙ୍କ ସ୍ୱାମୀ ଏବଂ ପରିବାର ବିରୋଧରେ ଘରୋଇ ହିଂସା ର ଏକ ପିଟିସନ ଫାଇଲ କରିଥିଲେ। ଏକ ବର୍ଷପରେ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮ ଅଧିନରେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଘରୋଇ ହିସାଂ ବିଚାରଧିନ ଥିବା ବେଳେ ପତ୍ନୀ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ। ଧାରା ୧୨୫ ଅନୁଯାୟୀ ପାରିବାରିକ କୋର୍ଟରେ ନିଜର ରକ୍ଷଣାବେକ୍ଷଣା ପାଇଁ ଆବେଦନ କରିଥିଲେ। ଏବଂ ଏହି ଆବେଦନକୁ ବିଚାରପତି ଅନୁମତି ଦେଇଥିଲେ। ମାସିକ ଭରଣପୋଷଣ ପାଇଁ ପତ୍ନୀଙ୍କୁ ୫ହଜାର ଓ ଝିଅ ପାଇଁ ୭ହଜାର ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ସ୍ୱାମୀ ଅଦାଲତଙ୍କ ନିର୍ଦ୍ଦେଶରେ ରାଜି ନହୋଇ ତାଙ୍କୁ ଚ୍ୟାଲେଞ୍ଜ କରି ଉପର କୋର୍ଟରେ ଆବେଦନ କରିଥିଲେ। ଏବଂ ତାଙ୍କର ପ୍ରାଥମିକ ଯୁକ୍ତି ଥିଲା ଯେ, ପତ୍ନୀ ମିଛ ଦାବି କରିଛନ୍ତି ଯେ, ତାଙ୍କର ରୋଜଗାରର ଉତ୍ସ ନାହିଁ, ଯେତେବେଳେ ସେ ଜଣେ ପ୍ରକୃତରେ ଜଣେ ବେତନ ପ୍ରାପ୍ତ କର୍ମଚାରୀ ଥିଲେ। ପତ୍ନୀଙ୍କ ଆଡଭୋକେଟ ସ୍ୱାମୀ ଲଗେଇଥିବା ବିବାଦର ଜବାବ ଦେବା ପାଇଁ ବିଚାରପତିଙ୍କୁ ସମୟ ମାଗିଥିଲେ। ଏବଂ ଏହାପରେ ଶୁଣାଣି ସପ୍ତାହକ ପାଇଁ ସ୍ଥଗିତ ରଖାଯାଇଥିଲା।

ଏହାପରେ କୋର୍ଟରେ ଏହି ଶୁଣାଣିର ସମୟ ଗଡି ଚାଲିଥିଲା। ଶେଷରେ ୨୦୨୨ ରେ ବିଚାରପତି ଏହାକୁ ଦୃଷ୍ଟିରେ ରଖି ଗତ ଶୁକ୍ରବାର ଦିନ ଏହାର ଶୁଣାଣି କରିଥିଲେ। ବମ୍ୱେ ହାଇକୋର୍ଟ ଜଷ୍ଟିସ ଭାରତୀ ଡାଙ୍ଗ୍ରେ ଗୁରିତ୍ବପୁର୍ଣ୍ଣ ରାୟ ଶୁଣାଇ କହିଛନ୍ତି ମହିଳା ମାନେ ଘରେ ରହିଲେ ବି ପରିବାର ପାଇଁ କାମ କରିଥାନ୍ତି ଏବଂ ଆର୍ଥିକ ଦିଗରେ ମଧ୍ୟ କାମ କରିଥାନ୍ତି। କେବଳ ଗ୍ରାଜୁଏଟ ହୋଇ ସେ କାମ କରିବାକୁ ବାଧ୍ୟ ହେବେ ତାହା ଉଚିତ ନୁହେଁ।

  • ଶୁଭଲକ୍ଷ୍ମୀ ସାହୁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *