ବିଜେଡି ନେତାଙ୍କ ନାମରେ ବଧୁ ନିର୍ଯ୍ୟାତନା ଅଭିଯୋଗ ଆସିବା ପରେ କଂଗ୍ରେସ କଲା ସମାଲୋଚନା

Spread the love

ଭୁବନେଶ୍ୱର : ବିଜେଡିର ଦୁଇ ବରିଷ୍ଠ ନେତାଙ୍କ ନାଁ ରେ ବଧୁ ନିର୍ଯ୍ୟାତନା ଅଭିଯୋଗ ପରେ ବିରୋଧୀ କଂଗ୍ରେସ ପକ୍ଷରୁ ଏହି ମାମଲାରେ ସମାଲୋଚନା କରାଯାଇଛି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେଡି ଆଗ ନିଜେ ମହିଳା ମାନଙ୍କୁ ସମ୍ମାନ ଦେଉ ପରେ ବିରୋଧୀଙ୍କୁ ଆକ୍ଷେପ କରିବ । ବିଜେଡିର ଅନେକ ନେତା – ମନ୍ତ୍ରୀଙ୍କ ନାଁ ରେ ନାରୀ ନିର୍ଯ୍ୟାତନା ମାମଲା ରହିଛି । ଏବେ ପୁଣି ଦୁଇ ଦୁଇ ଜଣ ବିଜେଡି ନେତାଙ୍କ ନାଁ ରେ ବଧୁ ନିର୍ଯ୍ୟାତନା ଅଭିଯୋଗ ଆସୁଛି । ଜଣେ ବଲାଙ୍ଗୀର ଓ ଜଣେ କେନ୍ଦ୍ରାପଡା ଜିଲ୍ଲାର ବିଜେଡି ନେତା ମୁଖ୍ୟମନ୍ତ୍ରୀ ଏହାକୁ ଦେଖନ୍ତୁ । ତାଙ୍କ ଦଳର ନେତା ମନ୍ତ୍ରୀ ଓ କର୍ମୀ ମାନେ କେତେ ମା ମାନଙ୍କୁ ସମ୍ମାନ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ଏଥିରେ ସିଧାସଳଖ ହସ୍ତକ୍ଷେପ କରିବା ଦରକାର ଏବଂ ନିଜ ଦଳ ହିସାବରେ ଡାକି କି ତାର ମୀମାଂସା କରିବା କଥା ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *