କେନ୍ଦ୍ରୀୟ ଯୋଜନାର ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚୁ, ରାଜ୍ୟ ସରକାର ଲୋକଙ୍କୁ ସେବା ବଦଳରେ ଭୁଆଁ ବୁଲାଉଛନ୍ତି – ସୂର୍ଯ୍ୟବଂଶୀ

Spread the love

ଭଦ୍ରକ : ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ଉପରେ ନିଜର ଷ୍ଟିକର ମାରି ଭୋଟ ସର୍ବସ୍ୱ ରାଜନୀତି ପାଇଁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବ୍ୟାପକ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ଜନସାଧାରଣଙ୍କ ନିକଟରେ ପହଞ୍ଚ।ଇ ଜନମତ ସୃଷ୍ଟି କରାଯିବା ଆବଶ୍ୟକ ବୋଲି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ବିଜେପି ପକ୍ଷରୁ ଆୟୋଜିତ ବରଡେଶ୍ୱର ମଣ୍ଡଳ ଜନସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି । ବାରିକପୁର ନିକଟସ୍ଥ ତୋଡଙ୍ଗା ଠାରେ ଦଳର ବିଧାନସଭା କ୍ଷେତ୍ରୀୟ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା, ସୁଶାସନ ଓ ଦେଶର ମର୍ଯ୍ୟାଦା ଓ ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ଦଳୀୟ ନେତା ଧଳଙ୍କ ସମେତ ଦଳୀୟ ନେତ୍ରୀ ରଞ୍ଜିତା ସ୍ୱାଇଁ, ଜିଲା ଉପସଭାନେତ୍ରୀ ପଙ୍କଜିନୀ ଲେଙ୍କା, ଜିଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ଜିତେନ୍ଦ୍ର ନାୟକ, ସରପଞ୍ଚ ପ୍ରମୋଦ କୁମାର ଜେନା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ପ୍ରଭାରୀ ତଥା ଜିଲା ଉପସଭାପତି ଅଶୋକ କୁମାର ପରିଜା, ବିଧାନସଭା ସଂଯୋଜକ ପ୍ରକାଶ ମହାପାତ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କଳ୍ପନା ଜେନା, ସାଧାରଣ ସମ୍ପାଦିକା ଚୈତାଳି ଖିଲାର, ଶ୍ରୀଧର ସ୍ୱାଇଁ, ଖଗେଶ୍ୱର ବେହେରା ପ୍ରମୁଖ ମୋଦି ସରକାରଙ୍କ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ବରଡେଶ୍ୱର ମଣ୍ଡଳ ସଭାପତି ନବକିଶୋର ବଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କେନ୍ଦୁଆପଦା ଓ ତୋଡଙ୍ଗା ପଞ୍ଚାୟତର ୨୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଅନ୍ୟ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ ।

ତୋଡଙ୍ଗା ସରପ ମାନସ ପହିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଜନସେବାରେ ସମିତି ସଦସ୍ୟ ଉଦ୍ଧବ ସେଠୀ, ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ସାହୁ, ତପନ ବାରିକ, ଶଙ୍କର୍ଷଣ ଜେନା, ଧ୍ରୁବଚରଣ ମାଝୀ, ଲରେନ୍ସ ବେହେରା, ପିତବାସ ଜେନା, ଉର୍ବଶୀ ଜେନା, କବିତା ବେହେରା, ମାୟାଧର ଖିଲାର, ଲକ୍ଷ୍ମୀଧର ସାହାଣୀ, ନିରଞ୍ଜନ ଭୂୟାଁ, କିଶୋର ବିଶ୍ୱାଳ, ତାପସ ଜେନା ପ୍ରମୁଖ ଦଳୀୟ ନେତୃବନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *