ବିରୋଧିମାନଙ୍କ ଗଠବନ୍ଧନର ନାମ ହେବ ଇଣ୍ଡିଆ

Spread the love

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟୀ ବିରୋଧରେ ଏକତ୍ରହୋଇ ୨୬ଟି  ବିରୋଧି ଦଳ ମିଳିତ ଗଠବନ୍ଧନ କରି ତାହାର ନାମ ଇଣ୍ଡିଆନ ନେସନାଲ ଡେମୋକ୍ରାଟିକ ଇଂକ୍ଲୁସିବ ଏଲାୟଂସ (ଇଣ୍ଡିଆ) ରଖିଛନ୍ତି ।  ମଙ୍ଗଳବାରଦିନ ଆରଜେଡି ଦଳ ଟ୍ୱିଟ୍ କରି ଏହି ସୁଟନା ଦେଇଛି ।  ଆରଜେଡି କହିଛି ବିରୋଧି ଦଳମାନଙ୍କ  ମଧ୍ୟରେ ଗଠବନ୍ଧନ ଭାରତ ପାଇଁ  ଏକ ପ୍ରତିବିମ୍ବ ସ୍ୱରୁପ । ଏବେ ଭାଜପାକୁ ଇଂଣ୍ଡିଆ କହିବାକୁ ମଧ୍ୟ କଷ୍ଟ ହେବ ।

ସୁଚନାଯୋଗ୍ୟ ଯେ, ୨୦୨୪ ଲୋକସଭା ନିର୍ବାଚନ ପୁର୍ବରୁ ଭାଜପାକୁ ହରାଇବା ପାଇଁ ୨୬ ବିରୋଧିଦଳ ଏକାଠି ହୋଇଛନ୍ତି ।  ବିରୋଧି ଏକତାକୁ ମଜ୍‌ବୁତ କରିବା ଉଦ୍ଦେଶ୍ୟରେ ଏହି ଦଳମାନେ ପ୍ରଥମେ ପାଟନାରେ ବୈଠକ କରିଥିଲେ ଏବଂ ଆଜି ବ୍ୟାଙ୍ଗଲୋରରେ ବୈଠକ କରୁଛନ୍ତି ।

Leave a Reply

Your email address will not be published. Required fields are marked *