ଟିଏମସି ୩୮ ବିଧାୟକ ପଦ୍ମ ପୋଖରୀକୁ ଡେଇଁବେ !

ଅଭିନେତା ରୁ ରାଜନେତା ପାଲଟିଥିବା ମିଥୁନ ଚକ୍ରବର୍ତ୍ତୀ। ସେ ବୁଧବାର ପାର୍ଟି କାର୍ଯ୍ୟକ୍ରମରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଟିଏମସିର ୩୮ ଜଣ ବିଧାୟକ ବିଜେପି ସହ ସମ୍ପର୍କରେ ଅଛନ୍ତି। ସେ ନିଜେ ୨୧ ଜଣ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି।

ବୁଧବାର ଦିନ କଲୋକତାରେ ଆୟୋଜିତ ହୋଇଥିବା ଏକ ସାମ୍ୱାଦିକ ସମ୍ମିଳନୀରେ ମିଥୁନ ଏହି ଖୁଲାସା କରିଛନ୍ତି। ତେବେ ସେ ସାମ୍ୱାଦିକଙ୍କୁ କହିଥିଲେ ଯେ, ଆପଣ ବ୍ରେକିଙ୍ଗ୍ ନ୍ୟୁଜ୍ ଜାଣିବାକୁ ଚାହୁଁଛନ୍ତି? ତେବେ ମୋ ପାଖେ ଏକ ବ୍ରେକିଙ୍ଗ୍ ନ୍ୟୁଜ୍ ରହିଛି। ଟିଏମସିର ୩୮ ବିଧାୟକ ଆମ ସମ୍ପର୍କରେ ଅଛନ୍ତି। ଏହା ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ବିଜେପିକୁ ସବୁ  ଦଙ୍ଗାରେ ସାମିଲ ରହିଥିବା କୁହାଯାଉଛି, ସବୁବେଳେ ବିଜେପି ଦଙ୍ଗା କରୁଥିବା ଅଭିଯୋଗ ହୋଇ ଆସୁଛି କିନ୍ତୁ ମୋତେ ଗୋଟିଏ ଘଟଣା ଦେଖାନ୍ତୁ ଯାହା ସ୍ଥିର କରିବ କି ବିଜେପି ଦଙ୍ଗାରେ ସାମିଲ ଅଛି।

ଅନ୍ୟପଟେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପ୍ରସଙ୍ଗରେ ମଥୁନ କହିଛନ୍ତି ଯେ, ଯଦି ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ତେବେ ଆରମ କରନ୍ତୁ ଏବଂ ଖାଇପିଇ ଶୋଇ ପଡନ୍ତୁ। ଯଦି ପ୍ରମାଣ ସେମାନଙ୍କ ବିରୋଦ୍ଧରେ ଅଛି  ତେବେ କେହି ଆପଣଙ୍କୁ ରକ୍ଷା କରିପାରିବେ ନାହିଁ।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *