ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧନ କରିବେ ରାଷ୍ଟ୍ରପତି

Spread the love

ଆଜି ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୮ତମ ଲୋକସଭା ଗଠନ ପରେ ସଂସଦର ମିଳିତ ଅଧିବେଶନକୁ ଏହା ରାଷ୍ଟ୍ରପତିଙ୍କ ପ୍ରଥମ ସମ୍ବୋଧନ ହେବ। ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜି ଅଭିଭାଷଣ । ଆଗାମୀ ବର୍ଷ ପାଇଁ ଏନଡିଏ ସରକାରର ପ୍ରାଥମିକତା, କାର୍ଯ୍ୟକ୍ରମ ଓ ନୀତିର ରୂପରେଖ ସଂସଦରେ ରଖିବେ ରାଷ୍ଟ୍ରପତି । ଏହାଛଡା ଗତ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ମଧ୍ୟ ଆଲୋକପାତ କରିବେ । ରାଷ୍ଟ୍ରପତି ଭବନରୁ ଦ୍ରୌପଦୀ ମୁର୍ମୁ ଅଶ୍ୱାରୋହୀ ଅଙ୍ଗର କ୍ଷକଙ୍କ ସହ ସଂସଦ ଭବନରେ ପହଂଚିବେ । ପ୍ରଧାନମନ୍ତ୍ରୀ ମୋଦୀ, ଲୋକସଭା ଓ ରାଜ୍ୟସଭାର ଅଧିକାରୀ ତାଙ୍କୁ ସଂସଦର ଗଜଦ୍ୱାରରେ ସ୍ୱାଗତ କରିବେ। ସେଠାରୁ ପାରମ୍ପରିକ ରାଜ ଦଣ୍ଡ ସେଙ୍ଗଲର ନେତୃତ୍ୱରେ ରାଜ୍ୟସଭାକୁ ଅଣାଯିବ। ଏହାପରେ ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ ଶାସକ ଦଳ ପକ୍ଷରୁ ସଂସଦର ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ, ଯାହା ଉପରେ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ଆଲୋଚନା କରିବେ । ରାଷ୍ଟ୍ରପତି ନିଜ ଅଭିଭାଷଣରେ ମୋଦୀ ସରକାରଙ୍କ ୧୦ ବର୍ଷର କାର୍ଯ୍ୟକାଳର ଉପଲବ୍ଧି ବାବଦରେ ଉଲ୍ଲେଖ କରିପାରନ୍ତି ।

Leave a Reply

Your email address will not be published. Required fields are marked *