ଓଡ଼ିଶା

ନଦୀରେ ଭାସୁଥିବା ମଦ୍ୟପ ଉଦ୍ଧାର

ଭୁବନେଶ୍ବର: ରବିବାର ଦିନ ଦୟା ନଦୀରେ ଭାସମାନ ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ବ୍ୟକ୍ତି ଜଣକ ଦୟାନଦୀ ଉପରେ ଥିବା ଦ୍ବିତୀୟ ପିଲାର ନିକଟରେ ଭାସୁଥିବା ଲୋକମାନେ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ସୂଚନା ପାଇଁ ଭୁବନେଶ୍ବର ଅଗ୍ନିଶମ ବାହିନୀର ସହକାରୀ ଅଗ୍ନି ଅଧିକାରୀ ଅବନୀ କୁମାର ସ୍ବାଇଁଙ୍କ ନେତୃତ୍ବରେ ଟିମ ପହଞ୍ଚି ବେଶ ଯତ୍ନର ସହ ଭାସୁଥିବା ଲୋକଟି ନିକଟରେ ପହଞ୍ଚିଥିଲା ଓ ଲାଇଭ ଜ୍ୟାକେଟ  ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯାଇଛି।  ଉଦ୍ଧାର ପରେ ଜଣାପଡିଥିଲା ବ୍ୟକ୍ତିଜଣକ ମଦ ନିଶାରେ ନଦୀରେ ଖସି ପଡିଥିଲେ। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ଅଗ୍ନିଶମ ଅଧିକାରୀ ସ୍ବାଇଁ ସୂଚନା ଦେଇଛନ୍ତି।

Leave a Reply

Your email address will not be published.

Back to top button