ଆଇଏଏସ ସ୍ତରରେ ବଡ଼ ଧରଣ ଅଦଳବଦଳ, ବଦଳିଛନ୍ତି ୧୧ଟି ଜିଲ୍ଲାର ଜିଲ୍ଲାପାଳ

Spread the love

ଆଇଏଏସ ସ୍ତରରେ ବଡ଼ ଧରଣ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗର କମିଶନର ବଦଳିଛନ୍ତି। ଏହା ସହ ୧୧ ଜିଲ୍ଲାର ଜିଲ୍ଲାପାଳ ବି ବଦଳିଛନ୍ତି। ବିଜୟ ଅମୃତା କୁଳାଙ୍ଗେ ହୋଇଛନ୍ତି ବିଏମସିର ନୂଆ କମିଶନର। ବ୍ରହ୍ମପୁର ମହାନଗର ନିଗମର ନୂଆ କମିଶର ହୋଇଛନ୍ତି ଜେ ସୋନାଲ। ନିଖିଲ ପବନ କଲ୍ୟାଣଙ୍କୁ ସିଏମସି କମିଶନର ଦାୟିତ୍ୱ ମିଳିଛି। ଏହା ସହ ବଦଳିଛନ୍ତି ୧୧ଟି ଜିଲ୍ଲାର ଜିଲ୍ଲାପାଳ। ଦିବ୍ୟଜ୍ୟୋତି ପରିଡ଼ା ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ହୋଇଛନ୍ତି।

ଅନେକ ବ୍ୟବଧାନ ପରେ ଜଣେ ଜଣେ ଯୁବ ଆଇଏଏସଙ୍କୁ ଖୋର୍ଦ୍ଧ ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି।  ଖୋର୍ଦ୍ଧା ଜିଲ୍ଲାପାଳ ହୋଇଛନ୍ତି କେ ସୁଦର୍ଶନ ଚକ୍ରବର୍ତ୍ତୀ। ସ୍ୱାଧା ବେଦ ସିଂ ରାୟଗଡ଼ାର ଜିଲ୍ଲାପାଳ  ହୋଇଛନ୍ତି। ଅନନ୍ୟା ଦାସଙ୍କୁ ସମ୍ୱଲପୁର ନୂଆ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ହୋଇଛନ୍ତି ଭଦ୍ରକର ନୂଆ ଜିଲ୍ଲାପାଳ।ଦତ୍ତାତ୍ରୟ ସିନ୍ଦେଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଦାୟୀତ୍ୱ ମିଳିଛି। ସୋମେଶ କୁମାର ଉପାଧ୍ୟାୟ ହୋଇଛନ୍ତି ଦେବଗଡ଼ ଜିଲ୍ଲାପାଳ। ପି ଅନ୍ୱେଶା ରେଡି କଳାହାଣ୍ଡିର ନୂଆ କଲେକ୍ଟର ହୋଇଛନ୍ତି। ପାଟିଲ ଆଶିଷ ଇଶ୍ୱର କନ୍ଧମାଳ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି। ହେମ କାନ୍ତ ସାଏ ନୂଆପଡ଼ା ଜିଲ୍ଲାପାଳ ଦାୟିତ୍ୱ ପାଇଛନ୍ତି। ସେହିପରି ରାଜ୍ୟ ଔଷଧ ନିଗର ନୂଆ ଏମଡି ହୋଇଛନ୍ତି ଡି ବୃନ୍ଦା। ମୋଟ ୨୩ଜଣ ଆଇଏଏସଙ୍କ ବଦଳି ହୋଇଛି।

Leave a Reply

Your email address will not be published. Required fields are marked *