କାର୍ଯ୍ୟକାଳ ଶେଷ ହେବାପରେ କେଉଁଠି ରହିବେ ରାଷ୍ଟପତି ରାମନାଥ କୋବିନ୍ଦ ?

Spread the love

ଆସନ୍ତା ଜୁଲାଇ ୨୪ରେ ଶେଷ ହେବ ରାଷ୍ଟପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ତେବେ ସେ ଅବସର ନେବା ପରେ କେଉଁଠି ରହିବେ , ସେନେଇ କଳ୍ପନାଜଳ୍ପନା କରାଯାଉଛି। ଦେଶର ପ୍ରଥମ ନାଗରିକରୁ ସାଧାରଣ ନାଗରିକ ହେବା ପରେ କୋବିନ୍ଦଙ୍କୁ ରାଇସିନା ହିଲ୍ ଛାଡିବାକୁ ପଡିବ। ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ରାମବିଳାସ ପାସୱାନ ରହୁଥିବା ବଙ୍ଗଳା ରାମନାଥ କୋବିନ୍ଦଙ୍କ ନୂଆ ବାସସ୍ଥାନ ହୋଇପାରେ। ସେହିପରି ୧୨ ଜନପଥ ସ୍ଥିତ ଏହି ବଙ୍ଗଳାକୁ କୋବିନ୍ଦଙ୍କ ବାସସ୍ଥାନ ପାଇଁ ପ୍ରସ୍ତୁତ କରାଯାଉଛି। ତାଙ୍କ ଝିଅ ଏହି ଘର ପରିଦର୍ଶନ କରିଛନ୍ତି।

ପ୍ରଥମେ ଏହାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦିଆଯାଇଥିଲା। ଯାହା ଲୁଟିୟନ୍ସ ଦିଲ୍ଲୀର ବଙ୍ଗଳା ମଧ୍ୟରୁ ଅନ୍ୟତମ। ପରେ ବୈଷ୍ଣବଙ୍କୁ ପୃଥବିରାଜ ରାସ୍ତାରେ ଏକ ବାସଗୃହ ବଣ୍ଟନ କରାଯାଇଥିଲା। ରାମବିଳାସ ପାସୱାନଙ୍କ ପୁଅ ଚିରାଗ ପାସୱାନ ନୋଟିସ ପାଇବା ପରେ ଏପ୍ରିଲରେ ଏହାକୁ ଖାଲି କରିଦେଇଥିଲା। ଏଥିରେ ତାଙ୍କ ପିତା ତିନି ଦଶନ୍ଧିରୁ ଅଧିକ ସମୟ ଧରି ରହିଥିଲେ। ଏହି ବଙ୍ଗଳା ତାଙ୍କ ଲୋକ ଜନଶକ୍ତି ପାର୍ଟିର ସାଙ୍ଗଠନିକ ବୈଠକ ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ ଇଭେଣ୍ଟ ପାଇଁ ବ୍ୟବହୃତ କରୁଥିଲେ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *