ଉତ୍ତରପ୍ରଦେଶ ରେ ନିର୍ମାଣ ହବ କୁକୁର ପାର୍କ…

Spread the love

ଉତ୍ତର ପ୍ରଦେଶର ଯୋଗୀ ସରକାର ଲକ୍ଷ୍ନୌରେ ଏଭଳି ପାର୍କ ନିର୍ମାଣ କରିବାକୁ ଯାଉଛନ୍ତି, ଯାହା ନିର୍ମାଣ ହେବା ପୂର୍ବରୁ ଏହାକୁ ନେଇ ବିବାଦ ଠିଆହୋଇଛି। ବାସ୍ତବରେ ଯୋଗୀ ରାଜ୍ୟର ରାଜଧାନୀ ଲକ୍ଷ୍ନୌରେ ଏକ କୁକୁର ପାର୍କ ନିର୍ମାଣ କରିବାକୁ ଯାଉଛନ୍ତି। ବର୍ତ୍ତମାନ ଏହାକୁ ନେଇ ବିବାଦ ଲାଗି ରହିଛି। ପିଲାଠୁ ବଡ, ସବୁ ବର୍ଗଙ୍କ ପାଇଁ ପାର୍କ ନିର୍ମାଣ ହେବା ଆପଣ ଜାଣିଥିବେ। ମର୍ଣ୍ଣିଂ ୱାର୍କ ପାଇଁ ହେଉ ବା ବୁଲିବା ପାଇଁ ହେଉ ପାଖରେ ଥିବା ପାର୍କକୁ ଲୋକମାନେ ଯାଇଥାନ୍ତି। ହେଲେ ଆପଣମାନେ ଜାଣିଛନ୍ତି କି କୁକୁର ପାଇଁ ପାର୍କ! ତାହା ପୁଣି ୩ କୋଟି ମୂଲ୍ୟରେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ କଥାଟି ସତ। କୁକୁର ପାଇଁ ହେଉଛି ପାର୍କ। ଏହି ପାର୍କରେ କୁକୁରଙ୍କ ପାଇଁ ଉପଲବ୍ଧ ହେବ ସବୁ ବ୍ୟବସ୍ଥା। ତାଙ୍କ ବୁଲିବାକୁ ନେଇ ହେଉ ଅବା ଖେଳ ସାମଗ୍ରୀ, ସମସ୍ତ ଜିନିଷ କୁକୁର ପାଇଁ ରହିବ।

ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ ଏହି ପାର୍କ ନିର୍ମାଣ ହେବାକୁ ଯାଉଛି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯାଗୀ ଆଦିତ୍ୟ ନାଥ ଏହାକୁ ମଞ୍ଜୁରୀ ଦେଇଥିବା ବେଳେ ଏହାକୁ ନେଇ ଏବେ ବିବାଦ ଦେଖା ଦେଇଛି। ବାସ୍ତବରେ କୋଟି କୋଟି ଟଙ୍କା ବ୍ୟୟରେ ଏହି ପାର୍କ ଭବିଷ୍ୟତରେ ସହରର ଲୋକଙ୍କ ପାଖରେ ଥିବା ପାଳିତ କୁକୁର ଓ ସହରର ଲୋକଙ୍କ ସୁବିଧା ପାଇଁ ପ୍ରସ୍ତୁତି ହେବାକୁ ଯୋଜନା କରାଯାଇଛି। ଯୋଗୀ ସରକାରଙ୍କ ଏହି କାର୍ଯ୍ୟକୁ ଲକ୍ଷ୍ନୌ ବିକାଶ ପ୍ରାଧିକରଣ (LDA) କାର୍ଯ୍ୟକାରୀ କରୁଛି। ସରକାରଙ୍କ ଏହି ନିଷ୍ପତ୍ତିରେ ସମାଜବାଦୀ ପାର୍ଟିର ସୁପ୍ରିମୋ ଅଖିଳେଶ ଯାଦବ ମନ୍ତବ୍ୟ ଦେଇଛନ୍ତି।

ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ଉପରେ ବିଜେପି ନେତା ରାକେଶ ତ୍ରୀପାଠୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏସପି ପ୍ରମୁଖଙ୍କର ଭଲରେ ଭେଲ ବାହାର କରିବାର ଅଭ୍ୟାସ ରହିଛି। ବିଜେପି ନେତାଙ୍କ ଏହି ପ୍ରତିକ୍ରିୟା ପରେ ପୁଣି ପଲଟା ବାର କରିଛନ୍ତି ଏସପି ନେତା। ସରକାରଙ୍କୁ ପାଠ ପଢେବାଇବା ଉଦ୍ଦେଶ୍ୟରେ କହିଛନ୍ତି କି, କୁକୁରଙ୍କ ପାଇଁ ପାର୍କ କରିବା ବଦଳରେ ବର୍ତ୍ତମାନ ସ୍ଥିତିରେ ପିଲାମାନଙ୍କ ପାଇଁ ପାର୍କ କରିବା ଜରୁରୀ। ଏହି ବୟାନବାଜି ମଧ୍ୟରେ ପାର୍କକୁ ନେଇ ଏବେ ରାଜନୀତି ମଧ୍ୟ ଦେଖାଦେଇଛି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *