ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ

Spread the love

ଭୁବନେଶ୍ବର: ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ଶେଷ। ବୈଠକରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ , ଅତିରିକ୍ତ କମିଶନର ଉମା ଶଙ୍କର ଦାସ ,  ଡିସିପି ପ୍ରତୀକ ସିଂଙ୍କ ସହ ମେୟର ସୁଲୋଚନା ଦାସ , କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଯୋଗ ଦେଇଥିଲେ। ବିଭିନ୍ନ ପୂଜା କମିଟି ର କାର୍ଯ୍ୟକର୍ତା, ସମସ୍ତ ଥାନା ଅଧିକାରୀଙ୍କ ସମେତ ବିଦ୍ୟୁତ ଓ ଅଗ୍ନିସମ ବିଭାଗର ଅଧିକାରୀ ମଧ୍ୟ ଏହି ବୈଠକ ରେ ସାମିଲ ହୋଇଛନ୍ତି । ଦୁଇ ବର୍ଷ ପୂଜା ବନ୍ଦ ଥିବା ଯୋଗୁଁ ଚଳିତ ବର୍ଷ ଅଧିକ ଲୋକଙ୍କ ସମାଗମ ହେବା ଆଶଙ୍କା କରାଯାଉଛି । ପୂଜା ରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଅଷ୍ଟମୀ ଦିନ ମହିଳା ପୋଲିସ ଫୋର୍ସ ମୁତୟନ କରାଯିବ। ଏହାସହ ଡ୍ରେନେଜ ସମଶ୍ୟା ର ସମାଧାନ , ବିଏମସି ପକ୍ଷରୁ ପ୍ରତି ୱାର୍ଡ କୁ ଦିଆଯାଥିବା ସହାୟତା ରାଶି , ସଠିକ ଟ୍ରାଫିକ ବ୍ୟବସ୍ଥା , ବିଦ୍ୟୁତ ପାଇଁ ସିଙ୍ଗିଲ ମିଟର ବ୍ୟବସ୍ଥା , ଓ ଅଗ୍ନିସମ ବିଭାଗ ର ସଠିକ ସହଯୋଗ କରିବାରୁ ପୂଜା କମିଟି ତରଫରୁ ନିବେଦନ କରାଯାଇଥିଲା । ସେହିପରି ଭଷାଣି ବେଳେ ଯେପରି ମେଢ଼ରେ ବିଦ୍ୟୁତ ତାର ନ ଲାଗିବ ତାହାକୁ ଗୁରୁତ୍ୱ ଦିଆଯାଇଛି । ଉଭୟ ପୂଜା ଓ ଭଷାଣି ପାଇଁ ଡିସିପି ଙ୍କ କାର୍ଯ୍ୟାଳୟ ରେ ସିଙ୍ଗଲ ଉଇଣ୍ଡୋ ଵ୍ୟଵସ୍ଥା କରାଯାଇଛି । ୨୦ ରୁ ୨୭ ତାରିଖ ଭିତରେ ପୂଜା କମିଟି ଗୁଡିକ ଏଥିପାଇଁ ଆବେଦନ କରି ଅନୁମତି ନେଇ ପାରିବେ । ସେହିପରି ଭୁବନେଶ୍ୱର ଉପକଣ୍ଠ ରେ ପୂଜା କରୁଥିବା ପୂଜା କମିଟି ଏଡିଏମ ଅଫିସ ରେ ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥା କରାଯାଇଛି । ବୈଠକ ରେ ମେୟର ସୁଲୋଚନା ଦାସ କହିଛନ୍ତି  ପୂଜା ପୂର୍ବରୁ ରାସ୍ତାଘାଟ ମରାମତି ପାଇଁ ପ୍ରତି ୱାର୍ଡ କୁ ୫ଲକ୍ଷ ଟଙ୍କା ଦିଆଯିବ । ବଡ ବଡ ପୂଜା ମଣ୍ଡପ ରେ ଭ୍ରାମୟମାଣ ଟଏଲେଟ ବ୍ୟବସ୍ଥା କରାଯିବ । ସେହିପରି ଅଳିଆ ଉଠାଇବା ପାଇଁ ସ୍ୱତନ୍ତ୍ର ଭାବେ ଡ଼ଷ୍ଟବିନ ବ୍ୟବସ୍ଥା କରାଯିବ ।ପୂଜା ରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ କୁ ବ୍ୟାନ କରାଯାଇଛି । ସେହିପରି ସଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାତି ୧୨ ଟା ପର୍ଯ୍ୟନ୍ତ ଲାଇଟ ଓ ସାଉଣ୍ଡ ପାଇଁ ଅନୁମତି ଦେଇଛି ପୋଲିସ ।

Leave a Reply

Your email address will not be published. Required fields are marked *