ଝାଡଖଣ୍ଡରେ ହେବ ଡବଲ ଇଞ୍ଜିନ୍ ସରକାର : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଝାଡଖଣ୍ଡ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଝାଡଖଣ୍ଡ ଗସ୍ତର ଦ୍ଵିତୀୟ ଦିନରେ ଚାଇଁବାସାର କୋଲହାନ୍ ଯାଇ ସେଠାରେ ଆୟୋଜିତ ବିଜେପିର ପରିବର୍ତ୍ତନ ଯାତ୍ରାରେ ଯୋଗଦେଇଛନ୍ତି । ଏବଂ ପ୍ରେସମିଟ୍ ଜରିଆରେ କହିଛନ୍ତି ଝାଡଖଣ୍ଡରେ ଡବଲ ଇଞ୍ଜିନ୍ ସରକାର ହେବ। ଏଠାରେ ହେମନ୍ତ ସରକାର କିଛି କରିନାହାନ୍ତି , ତେଣୁ ପରିବର୍ତ୍ତନ ନିଶ୍ଚିତ ହେବା ଦରକାର। ସରକାର ପରିବର୍ତ୍ତନ ପାଇଁ ଲୋକେ ମନ ସ୍ଥିର କରିସାରିଛନ୍ତି। ଓଡିଶାରେ ଏବେ ଡବଲ ଇଞ୍ଜିନ୍ ସରକାର ରହିଛି। ଯାହା କହିଥିଲୁ ତାହା କରିଛୁ। ଓଡିଶାରେ ଧାନ ଏମଏସପି ୩୧୦୦ ଟଙ୍କା କରିବୁ କହିଥିଲୁ। ସରକାରରେ ଆସିବା କ୍ଷଣି ତୁରନ୍ତ କ୍ୟାବିନେଟ୍ ଅନୁମୋଦନ କଲୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *