ମଙ୍ଗଳବାର ହୋଇପାରେ ସିନ୍ଧେ କ୍ୟାବିନେଟର ସମ୍ପ୍ରସାରଣ

Spread the love

ମୁମ୍ବାଇ: ଏକନାଥ ସିନ୍ଧେଙ୍କ କ୍ୟାବିନେଟର ସଂପ୍ରସାରଣ ମଙ୍ଗଳବାର ୧୧ଟାରେରେ ମହାରାଷ୍ଟ୍ର ରାଜଭବନରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶେଷ ସୂତ୍ରରୁ ସୂଚନା ରହିଛି। କୁହାଯାଉଛି ଗୃହ ମନ୍ତ୍ରଣାଳୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ହାତକୁ ଯିବା ବେଳେ ୧୫ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନହେବ।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ହୋଇଛି। ଏହାକୁ ନେଇ ବିରୋଧୀ ସରକାରକୁ ସମାଲୋଚନା କରୁଛନ୍ତି। ବିରୋଧୀ ଏନସିପି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଦୁଇ ଜଣିଆ କ୍ୟାବିନେଟ କହି ଉପହାସ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଫଡନବିସ କହିଛନ୍ତି ଅଜିତ ପାୱାର ବିରୋଧୀ ନେତା । ତେଣୁ ସେ ସରକାରକୁ ସମାଲୋଚନା କରିବେ। ସେ ଭୁଲିଯାଉଛନ୍ତି କି, ତାଙ୍କ ଉପମୁଖ୍ୟମନ୍ତ୍ରୀତ୍ବ କାଳରେ ସରକାର ପ୍ରଥମ ୩୨ ଦିନ ପର୍ଯ୍ୟନ୍ତ ୫ ଜଣ ମନ୍ତ୍ରୀ କ୍ୟାବିନେଟରେ ଥିଲେ। ଫଡନବିସ ଆହୁରି କହିଛନ୍ତି କି, ବିଜେପି ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାର ଯାତ୍ରା ଆରମ୍ଭ କରିଛି। ରାଜ୍ୟରୁ ୧୬ ସାଂସଦ ଦେବାର ଲକ୍ଷ୍ୟରେ ବିଜେପି।  

ତେବେ ବିରୋଧୀ ପକ୍ଷରୁ ୨ ମନ୍ତ୍ରୀଙ୍କୁ ନେଇ ସରକାର ଚାଲିଥିବା କୁହାଯିବା ସହ ଡିସିସନ ମେକିଂ ପାୱାର ବ୍ୟୁରୋକ୍ରାଟ୍ସଙ୍କ ନିକଟରେ ଥିବା କୁହାଯାଇଥିଲା। ଏହା ଉପରେ  ଅଗଷ୍ଟ ୬ ତାରିଖରେ ଏକନାଥ କହିଥିଲେ କି, ମନ୍ତ୍ରୀସ୍ତରୀୟ କ୍ଷମତା କୌଣସି ସଚିବଙ୍କୁ ଦିଆଯାଇ ନାହିଁ। ଅର୍ଥ ଓ ନ୍ୟାୟ ବିଭାଗ ବ୍ୟତୀତ ଅନ୍ୟ କୌଣସି ବିଭାଗର ସଚିବଙ୍କୁ କ୍ଷମତା ଦିଆଯାଇନାହିଁ।

ଜୁନ ୩୦ ତାରିଖରେ ମୂଳ ଶିବସେନାରୁ ଅଲଗା ହୋଇଥିବା ଏକନାଥ ସିନ୍ଧେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିଥିଲେ ଓ ଦେବେନ୍ଦ୍ରେ ଫଡନବିସ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।

Leave a Reply

Your email address will not be published. Required fields are marked *