ଉତ୍ତରପ୍ରଦେଶ ସରକାରଙ୍କ ନିୟମକୁ ନିଜେ ସରକାରୀ ଅଧିକାରୀ ମାନୁନାହାଁନ୍ତି

Spread the love

ରାଜନେତା ଓ ସରକାରୀ ଅଧିକାରୀ ମାନେ ରାଜ୍ୟ ସରକାରଙ୍କ ପାଖରେ ସମ୍ପତ୍ତି ତାଲିକା ଦାଖଲ କରିବା ପାଇଁ ଉତ୍ତରପ୍ରଦେଶ ସରକାର ଘୋଷମା କରିଥିଲେ । ଉତ୍ତରପ୍ରଦେଶ ସରକାରଙ୍କ ନିୟମ କୁ ଖୋଦ ସରକାରୀ ଅଧିକାରୀ ମାନେ ମାନୁନାହାଁନ୍ତି । ସରକାରଙ୍କ ନିୟମ କୁ ସରକାରୀ ଅଧିକାରୀ ଙ୍କ ଅବମାନନା କରିବା ଘଟଣା ଉତ୍ତରପ୍ରଦେଶ ରାଜୀନିତୀରେ ଚର୍ଚ୍ଚା ର ବିଷୟ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ କ୍ୟାଡରର ସମସ୍ତ ଅଧିକାରୀ ସମ୍ପତ୍ତି ତାଲିକା ଦାଖଲ କରିବା ପାଇଁ ଉତ୍ତରପ୍ରଦେଶ ସରକାର ଙ୍କ ନିଷ୍ପତ୍ତି କୁ କିଛି ଅଧିକାରୀ ପାଳନ କରିନାହାଁନ୍ତି । ଉତ୍ତରପ୍ରଦେଶ ସରକାର ଙ୍କ ତାଲିମ ବିଭାଗ ସଚିବ ଦୀପ୍ତ ଶଙ୍କର ଚଳିତ ବର୍ଷ ଜାନୁଆରୀ ୧୧ ତାରିଖରେ ମୁଖ୍ୟଶାସନ ସଚିବ ଙ୍କୁ ଏ ନେଇ ପତ୍ର ଲେଖିଛନ୍ତି ।

ସମ୍ପତ୍ତି ତାଲିକା ଦାଖଲ କରିବାର ଅବଧି ସରିଯାଇଥିଲେ ମଧ୍ୟ୍ୟ ୨୭ ଜଣ ଆଇଏଏସ ଅଧିକାରୀ ସମ୍ପତ୍ତି ତାଲିକା ଦେଇନହାଁନ୍ତି । ସେମାନଙ୍କ ମଧ୍ୟ୍ୟରେ ଜିଲ୍ଲା ଅଧିକାରୀ , ବିଶେଷ ସଚିବ ଓ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଅଧିକାରୀ ମଧ୍ୟ୍ୟ ସାମଲି ଅଛନ୍ତି ଏମିତି କିଛି ଅଧିକାରୀ ଅଛନ୍ତି ସମ୍ପତ୍ତି ତାଲିକା ଦେବା ଜରୁରୀ ବୋଲି ଭାବିନହାଁନ୍ତି ଯେଉଁମାନେ ଜାନୁଆରୀ ମାସ ସୁଦ୍ଧା କିମ୍ଭା ପରେ ଅବସର ଗ୍ରହଣ କରିଛନ୍ତି । କିନ୍ତୁ ପଦ୍ଦୋନ୍ନତି ସମୟରେ ଏହି ସମ୍ପତ୍ତି ତାଲିକା ଦାଖଳ ନହୋଇଥିଲେ ପଦୋନ୍ନତି ହୋଇପାରିବ ନାହିଁ । ଚାକିରୀ କରିଥିବା ଅଧିକାରୀ ସମ୍ପତ୍ତି ତାଲିକା ଦାଖଲ କରିନଥିଲେ ଆବଶ୍ୟକ ସ୍ଥଳେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଟାନ ନେବାର ନିୟମ ମଧ୍ୟ୍ୟ ରହିଛି ।

ଖାଲି ସିତେକି ନୁହେଁ ମୃତ୍ୟୁବରଣ କରିଥିବା ଅଧିକାରୀ ଓ ଅବସର ନେଇଥିବା ଅଧିକାରୀ ମାନଙ୍କୁ ମଧ୍ୟ୍ୟ ତାଲିକା ମଗାଯାଉଛି । ଜନୁଆରୀ ୨୦୨୨ ମସିହା ଶେଷ ସୁଦ୍ଧା ଯେଉଁ ମାନେ ସମ୍ପତ୍ତି ତାଲିକା ଦେଇନହାଁନ୍ତି ସେଇ ତାଲିକା ରେ ସମସ୍ତ ନାଁ ସାମିଲ କରାଯାଉ । ୧୯୯୩ ବ୍ୟାଚ ର ଆଇଏଏସ ଅଧିକାରୀ ୨୦୧୯ ରେ ସ୍ବେଛାକୃତ ଅବସରନେଇସାରିଛନ୍ତି ତାଙ୍କ ନାଁ ମଧ୍ୟ୍ୟ ଏହି ତାଲିକାରେ ରହିଛି । ୧୧ ଜାନୁଆରୀ ରେ ମୁଖ୍ୟଶାସନ ସଚିବ ଲେଖିବା ପତ୍ର ରେ ୩୧ ଡିସେମ୍ବର ସୁଦ୍ଧା ସମ୍ପତ୍ତି ତାଲିକା ୨୦୨୨ ଜାନୁଆରୀ ମଧ୍ୟ୍ୟରେ ଦାଖଳ କରିବ । ଦୁଇ ଜଣ ଅଧିକାରୀ ଙ୍କ ଦେଢ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଛି ।୨୦୧୦ ୟୁପି କ୍ୟାଡର ଆଇଏସ ଶୁଶୀଲ କୁମାର ମୌର୍ୟ୍ୟା ସେପ୍ଟେମ୍ବର ୨୦ ରେ କୋଭିଡ୍ ସଂଙ୍କ୍ରମଣରେ ମୃତୟୁ ହୋଇଗଲା ।

ସେହିପରି ୧୯୯୮ ବ୍ୟାଚ ଆଇଏଏସ ଅଫିସର ଅଜୟ କୁମାର ସଂ ଡିସେମ୍ବର ୨୦୨୦ ବିଧାନ ପରିଷଦ ନିର୍ବାଚନରେ ବାରଣାଷୀ ପର୍ଯ୍ୟବେକ୍ଷକ ଥିବା ସମୟରେ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ହୋଇଛି ତାଙ୍କ ନାଁ ମଧ୍ୟ୍ୟ ତାଲିକାରେ ରହିଛି । ସରକାର ଙ୍କ ନିୟମକୁ ଯେଉଁ ଅଧିକାରୀ ମାନେ ପାଳନ କରୁନହାଁନ୍ଚି ସେମାନଙ୍କ ପ୍ରତି କଠୋର କାର୍ଯ୍ୟନୁଷ୍ଟାନ ନେଲେ ଅନ୍ୟ ମାନଙ୍କ ପ୍ରତି ଏହା ଉଦହାରଣ ହେବ । ସରକାର ଙ୍କ ନିୟମ ଏଭଲି ହୋଇଛି ଯେ ୨୭ ଜଣ ଆଇଏଏସ ଅଧିକାରୀ ଙ୍କ ମଧ୍ୟ୍ୟରେ ଦୁଇଜଣ ମୃତ୍ୟୁବରଣ କରିଥିବା ଅଧିକାରୀ ଙ୍କ ନାଁ ମଧ୍ୟ୍ୟ ସାମିଲ ଅଛି । ଏହା କେତେଦୁରୁ ଠିକ ।

  • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *