ପ୍ରଧାନମନ୍ତ୍ରୀ ହେଲେ ରାହୁଲ କଣ କରିବେ?

Spread the love

()-ଦେଶର ପ୍ରଧାନମନ୍ତ୍ରୀ ହେଲେ କ’ଣ କରିବେ। କେଉଁ ତିନୋଟି କାର୍ଯ୍ୟ କରିବେ ରାହୁଲ ଗାନ୍ଧୀ। ଗଣମାଧ୍ୟମ ପ୍ରତିନିଧି କିଛି ଏଭଳି ଢଙ୍ଗରେ ରାହୁଲଙ୍କୁ ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ଖୁବ ବୁଝିସୁଝି ରଖିଥିଲେ

ଭାରତ ଯୋଡୋ ଯାତ୍ରାକୁ ନେଇ ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶନିବାର କଂଗ୍ରେସ ମୁଖ୍ୟାଳୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଲେ ରାହୁଲ। ଗଣମାଧ୍ୟମ ପ୍ରତିନିଧୀ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିଲେ କି ଯଦି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ପ୍ରଥମେ କେଉଁ ୩ ଟି କାର୍ଯ୍ୟ କରିବେ। ଏହାର ଉତ୍ତରରେ ରାହୁଲ କହିଥିଲେ ପ୍ରଥମେ ସେ ଦେଶର ଶିକ୍ଷା ବ୍ୟବସ୍ଥାକୁ ସଜାଡିବେ, ଦେଶରେ ଏଜୁକେଶନ ସିଷ୍ଟମ ଠିକ୍ ଢଙ୍ଗରେ ଚାଲୁନାହିଁ । ପିଲାମାନଙ୍କୁ କୌଣସି ଭିଜନ ଦିଆଯାଇ ପାରୁନାହିଁ ।

ସେ କହିଥିଲେ ଭାରତ ଯୋଡୋ ଯାତ୍ରା ସମୟରେ ସେ କେତେଜଣ ପିଲାଙ୍କୁ ଭେଟିଥିଲେ । ଆଉ ସମସ୍ତଙ୍କୁ ସେ ଗୋଟିଏ ପ୍ରଶ୍ନ ପଚାରିଥିଲେ କଲେଜ ପଢା ସରିଲେ ସେମାନେ କରିବେ କ’ଣ । ଉତ୍ତର ଥିଲା ଡାକ୍ତର, ଲୟର, ଇଞ୍ଜିନିୟର, ପାଇଲଟ, ଆଇଏଏସ । ୯୯.୯ ପ୍ରତିଶତ ପିଲା ଏହି ଉତ୍ତର ଦେଇଥିଲେ । ଅର୍ଥାତ୍ ଆମର ଏଜୁକେଶନ ସିଷ୍ଟମ କହୁଛି ପିଲାମାନେ ଏହି ୫ଟି କାମ ବ୍ୟତୀତ ଆଉ କିଛି କରିପାରିବେ ନାହିଁ ।

ଦ୍ୱିତୀୟରେ ସ୍କିଲ ନ ଥିଲେ ରୋଜଗାର ମିଳିବ ନାହିଁ। ସେ ଯିଏ ବି ହୁଅନ୍ତୁନା କାହିଁକି। ଏବେ ସରକାର ଯାହା ପାଖରେ ଦକ୍ଷତା ରହିଛି ସେମାନଙ୍କୁ ଅଣଦେଖା କରୁଛନ୍ତି। ସେମାନଙ୍କ ଦକ୍ଷତାକୁ ସମାପ୍ତ କରିବାକୁ ସରକାର ଚକ୍ରାନ୍ତ କରୁଥିବା କଥା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି ରୋଜଗାର ପାଇବାକୁ ହେଲେ ପିଲାମାନଙ୍କୁ ପ୍ରଥମେ ଦକ୍ଷ ହେବାକୁ ପଡିବ।

ତୃତୀୟ କାମଭାବେ ରାହୁଲ ଗାନ୍ଧୀ କହିଥିଲେ କି ସରକାର ଆମକୁ ବିଦେଶ ନୀତି ନେଇ ଭ୍ରମିତ କରୁଛନ୍ତି । ଆମକୁ ଦେଶ ଭିତରେ ଭାଇଚାରା, ଏକତା ଓ ପ୍ରେମର ଭାବନା ପ୍ରସାର କରିବାର ଅଛି। ଏହାର ପ୍ରଭାବ ଦେଶର ସୀମାରେ ବି ପଡୁଛି । ଦେଶରେ ହିଂସା, ଘୃଣାର ପ୍ରଭାବ ଅନ୍ୟ ଦେଶ ଦେଖି ଏହାର ଫାଇଦା ଉଠାଉଛନ୍ତି । ଏହାଦ୍ୱାରା ଆମର ଖୁବ୍ କ୍ଷତି ହେଉଛି। ଦେଶରେ ହିଂସା, ଘୃଣାର ପ୍ରଭାବ ଅନ୍ୟ ଦେଶ ଉପରେ ପଡୁଛି। ଏଣୁ ଏହା ଉପରେ ପ୍ରମୁଖ ନଜର ରହିବ ବୋଲି ସେ କହିଛନ୍ତି।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *