କାହାକୁ କେଉଁ ମନ୍ତ୍ରାଳୟ ?

Spread the love

ଆଜି ମୋଦି ମନ୍ତ୍ରୀମଣ୍ଡଳର ହେଇଛି ବିଭାଗ ବଣ୍ଟନ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ମୁତାବକ, ନୀତିନ ଗଡକରୀଙ୍କୁ ପୁଣିଥରେ ସଡକ ପରିବହନ ବିଭାଗର ମନ୍ତ୍ରୀପଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେହିପରି ଅମିତ ଶାହାଙ୍କୁ ପୁଣିଥରେ ସ୍ୱରାଷ୍ଟ୍ର ବିଭାଗ ଏବଂ ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ରହିଛି । ଏଥିସହ ଅଜୟ ଟମଟା ଏବଂ ହର୍ଷ ମଲହୋତ୍ରାଙ୍କୁ ସଡକ ପରିବହନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ସେହିପରି ଏସ୍ ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର ଦାୟିତ୍ୱ, ନିର୍ମଳା ସୀତାରମଣଙ୍କୁ ଅର୍ଥ ବିଭାଗ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ, ଅଶ୍ୱିନୀ ବୈଷ୍ଣ ବଙ୍କୁ ରେଳ ଏବଂ ସୂଚନା ଓ ପ୍ରସାରଣ ବିଭାଗ ଦିଆଯାଇଥିବା ବେଳେ ମନହର ଲାଲଙ୍କୁ ଶକ୍ତି ବିଭାଗ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *