୫ବର୍ଷରେ ୬୦ରୁ ଉର୍ଦ୍ଧ ଥର ରେପ୍

୫ବର୍ଷରେ ୬୦ରୁ ଉର୍ଦ୍ଧ ଥର ରେପ୍ । ସ୍କୁଲର ସହପାଠୀ, କୋଚ୍, ସାଥୀ ଖେଳାଳି, ପଡ଼ୋଶୀ, ସମ୍ପର୍କୀୟ । କେହି ଛାଡିଲେନି। ୧୩ ବର୍ଷୀୟ ନାବାଳିକା ଯାହାକୁ ବିଶ୍ୱାସ କଲା ସେ ତାର ଶୋଷଣ କରି ଚାଲିଲା । ୫ ବର୍ଷ ମଧ୍ୟରେ ୬୪ ଜଣ ଯୌନ ଉତ୍ପୀଡ଼ନ କରିଥିବା କହିଛି ପିଡ଼ିତା ।୧୮ ବର୍ଷର ଆଥଲେଟ୍ ସ୍କୁଲ କାଉନସିଲିଂରେ ସାହସ କରି ଜୀବନର ଯନ୍ତ୍ରଣାଦାୟକ ଘଟଣା ସମ୍ପର୍କରେ ଜଣାଇଛି। ଏ କାହାଣୀ ଯେ କେହି ଶୁଣିଲେ ବିଚଳିତ ହୋଇଯିବ । କେରଳ ପଥାନାମଥିଟ୍ଟା ଜିଲ୍ଲାରୁ ଆସିଛି ଏଭଳି ହୃଦୟବିଦାରକ ଖବର । ଯାହାକୁ ନେଇ ଦେଶ ତମାମରେ ଚର୍ଚ୍ଚା ।

କେରଳର ଜଣେ ଦଳିତ ଝିଅ ଏଭଳି ଯୌନଶୋଷଣର ସମ୍ମୁଖୀନ ହୋଇଥିବା କହିଛନ୍ତି । ଏହା ଶୁଣିବା ପରେ ସିଡବ୍ଲ୍ୟୁସି ଅଭିଯୋଗ ଆଧାରରେ ପଥାନାମଥିଟ୍ଟା ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପାଇଁ ବାହାରକୁ ଆସି ପାରିଛି। ସ୍କୁଲ କାଉନସିଲିଂ ପରେ ସଙ୍ଗଠନର ସଦସ୍ୟ ପିଡ଼ିତାଙ୍କ ଘରେ ପହଞ୍ଚି କଥା ହେବା ବେଳେ ପିଡ଼ିତା ଜଣଙ୍କ ବିଗତ ୫ ବର୍ଷ ମଧ୍ୟରେ ଯେଉଁ ଭୟଙ୍କର ଶୋଷଣର ଶିକାର ହୋଇଥିଲେ ତାହା ଜଣାଇଥିଲେ । ଯାହା ଜାଣିବା ପରେ ଏନଜିଓ ଶିଶୁ କଲ୍ୟାଣ କମିଟିକୁ ରିପୋର୍ଟ ଦେଇଥିଲେ ।

ପୀଡ଼ିତାଙ୍କ ବୟସ ବର୍ତ୍ତମାନ ୧୮ ବର୍ଷ । ତାଙ୍କ ସହ ବର୍ବରତା ଆରମ୍ଭ ହୋଇଥିବା ବେଳେ ସେ ୧୩ ବର୍ଷର ହୋଇଥିଲେ। ପ୍ରଥମେ ଜଣେ ପଡ଼ୋଶୀ ଦୁଷ୍କର୍ମ କରିଥିଲେ । ତାର ଅଶ୍ଳୀଳ ଭିଡିଓ କରି ଭାଇରାଲ କରିଥିଲେ। ଯିଏ ଭିଡିଓ ପାଇଲା ସେ ପରବର୍ତ୍ତୀ ସମୟରେ ଧମକ ଦେଇ ଶୋଷଣ କଲା । ଏହାପରେ ପୁଅ ସହପାଠୀ ଯୌନ ଶୋଷଣ କରିଥିଲେ। ଖେଳରେ ସକ୍ରୀୟ ଥିଲେ ତେଣୁ ତାଲିମ ସମୟରେ କୋଚ୍ ଓ ସାଥୀ ଖେଳାଳିଙ୍କ ଦ୍ୱାରା ମଧ୍ୟ ନିର୍ଯାତିତ ହେଲେ । ଏପରିକି ତାଙ୍କ ନିକଟ ସମ୍ପର୍କୀୟଙ୍କ ଠାରୁ ମଧ୍ୟ ସେ ବର୍ତ୍ତି ନଥିବା ଅଭିଯୋଗ କରିଛନ୍ତି । ଏହି ମାମଲାରେ ଏ ପର୍ଯ୍ୟନ୍ତ ୧୫ରୁ ଅଧିକ ଲୋକ ଗିରଫ ହେଲେଣି । ଝିଅର ବୟାନ ଆଧାରରେ ଯାଞ୍ଚ ଚାଲିଛି । ପୋକ୍ସୋ ଆଇନ ଅନୁଯାୟୀ ଭିନ୍ନ ଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଛି ।

ଯୌନ ଶୋଷଣ କରିଥିବା ପ୍ରାୟ ୪୦ ଜଣଙ୍କ ନମ୍ୱର ପିଡ଼ିତା ତାଙ୍କ ବାପାଙ୍କ ଫୋନରେ ସେଭ କରିଥିଲେ। ଯାହା ଆଧାରରେ ପଚରାଉଚରା ଓ ଗିରଫଦାରୀ ଆରମ୍ଭ ହୋଇଛି । ଏବଂ ଜିଲ୍ଲା ବାହାର ଲୋକ ମଧ୍ୟ ସାମିଲ ହୋଇପାରନ୍ତି ଆଶଙ୍କା ରହିଛି । ଯେହେତୁ ପିଡ଼ିତା ଅସାମାନ୍ୟ ପରିସ୍ଥିତି ଦେଇ ଗତି କରିଛନ୍ତି ତେଣୁ ତାଙ୍କର ମନୋବୈଜ୍ଞାନିକ ଯାଞ୍ଚ କରାଯାଇଛି । ଏବଂ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଛାନଭିନ ଆରମ୍ଭ ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *