ସବୁଠାରୁ ଅଧିକ କିଏ ବ୍ୟବହାର କରୁଛି କଣ୍ଡମ: ଓବେସି

Spread the love

ନୂଆଦିଲ୍ଲୀ: ଏଆଇଏମଆଇଏମ ମୁଖ୍ୟ ଅସବୁଦ୍ଦିନ  ଓବେସି ମୁସଲମାନ ଜନସଂଖ୍ୟାକୁ ନେଇ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ଉପରେ ବର୍ଷିଛନ୍ତି। ମୁସଲମାନ ଜନସଂଖ୍ୟା ବଢୁନି, ବରଂ କମୁଛି, ମୋହନ ଭାଗବତ ସଂଖ୍ୟାକୁ ନେଇ ଯୁକ୍ତି କରୁ ନାହାନ୍ତି ବୋଲି କହିଛନ୍ତି ଓବେସି।

ମୋହନ ଭାଗବତ ନିକଟରେ ନାଗପୁରରେ କହିଥିଲେ କହି ଭାରତର ସମସ୍ତ ସାମାଜିକ ସମୂଦାୟ ଉପରେ ସମାନ ରୂପେ ଏକ ସୁବିଚାରିତ, ବ୍ୟାପକ ଜନସଂଖ୍ୟା ନିୟନ୍ତ୍ରଣ ନୀତି ଆପଣାଇବାର ଆବଶ୍ୟକତା ରହିଛି।  ଏଥିସହ ସେ ଜନସଂଖ୍ୟାକୁ ନେଇ ଅସନ୍ତୁଳନ ପ୍ରସଙ୍ଗକୁ ଉଠେଇ କହିଥିଲେ କି, ଜନସଂଖ୍ୟା ଅସନ୍ତୁଳନରେ ଭୌଗଳିକ ସୀମା ଉପରେ ପ୍ରଭାବ ପଠିଥାଏ ବୋଲି ମୋହନ ଭାଗବତ ନିକଟରେ ନାଗପୁରରେ କହିଥିଲେ।

ଭାଗବତଙ୍କ ଟିପ୍ପଣୀକୁ ନେଇ ଅସବୁଦ୍ଦିନ କହିଛନ୍ତି, ମୁସଲମାନ ଜନସଂଖ୍ୟା ବଢୁନି କମୁଛି, ଆପଣ ବିନା କାରଣରେ ଚିନ୍ତାଗ୍ରସ୍ତ ନ ହୁଅନ୍ତୁ। ଦେଶରେ ମୁସଲମାନଙ୍କ ଟୋଟାଲ ଫର୍ଟିଲିଟି ରେଟ ହ୍ରାସ ପାଉଛି। ଦୁଇଟି ସନ୍ତାନ ମଧ୍ୟରେ ମୁସଲମାନ ଅଧିକ ବର୍ଷର ଦୂରତା ରକ୍ଷା କରିଥାନ୍ତି। ମୁସଲମାନ ସବୁଠାରୁ ଅଧିକ କଣ୍ଡୋମର ବ୍ୟବହାର କରୁଛନ୍ତି। ଏହା ଉପରେ ମୋହନ ଭାଗବତ କହିବେନାହିଁ।

Leave a Reply

Your email address will not be published. Required fields are marked *