ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Spread the love

ଭୁବନେଶ୍ୱର : ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ନାମଲେଖା ଆରମ୍ଭ ହୋଇସାରିଥିଲେ ମଧ୍ୟ ବିଜେଡି ସରକାର ଏପର୍ଯ୍ୟନ୍ତ ପଛୁଆବର୍ଗ (ଓବିସି)ଙ୍କ ପାଇଁ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ନଦେବା, ୫୪ଭାଗ ବର୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଏଥି ସହ ରାଜ୍ୟ ସରକାରଙ୍କ ଦ୍ୱାରା ବହୁ ପ୍ରଚାରିତ ଓବିସି ସର୍ଭେ  ପ୍ରହସନରେ ପରିଣତ ହୋଇଛି ବୋଲି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଆମକୁ ଆମ ସାମ୍ବିଧାନିକ ଅଧିକାରରୁ କେହି ବଂଚିତ କରିପାରିବେ ନାହିଁ । ସମଗ୍ର ଦେଶରେ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଯୋଗାଇ ଦିଆଯାଉଥିବାବେଳେ ଓଡ଼ିଶା ସରକାର ଜାଣିଶୁଣି ସଂଖ୍ୟାଧିକ ବର୍ଗଙ୍କୁ ଉପେକ୍ଷା କରୁଛନ୍ତି । କ୍ରମାଗତଭାବେ ଶିକ୍ଷା, ନିଯୁକ୍ତି ଓ ରାଜନୈତିକ ପ୍ରତିନିଧିତ୍ୱ କ୍ଷେତ୍ରରେ ରାଜ୍ୟରେ ଓବିସି ବର୍ଗଙ୍କୁ ବଂଚିତ କରିଚାଲିଛନ୍ତି ରାଜ୍ୟ ସରକାର । ସର୍ଭେ ବାହାନାରେ ସଂରକ୍ଷଣରୁ ବଂଚିତ କରିବାକୁ ଷଡଯନ୍ତ୍ର ଚଳାଇଛନ୍ତି । ଓବିସି ସର୍ଭେ କରିବାକୁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ, ଏହି ସର୍ଭେ ପଛରେ କୌଣସି ବୈଧାନିକ ଆଧାର ନାହିଁ । ସଂରକ୍ଷଣ ମିଳିବାରେ ଅନିଶ୍ଚିତତା କାରଣରୁ ସର୍ଭେ ପାଇଁ ଆବେଦନ କରିବାକୁ ଜନସାଧାରଣଙ୍କ ମଧ୍ୟରେ କୌଣସି ଆଗ୍ରହ ନାହିଁ । ତେଣୁ ରାଜ୍ୟ ସରକାର ପ୍ରଥମେ ସଂରକ୍ଷଣ ସୁନିଶ୍ଚିତ କରିବା ଉଚିତ୍ । ରାଜ୍ୟ ସରକାରଙ୍କ ଓବିସି ବର୍ଗଙ୍କ ପ୍ରତି ପ୍ରତାରଣା ବିରୋଧରେ ଓବିସି ମୋର୍ଚ୍ଚା ତରଫରୁ ସମସ୍ତ ୱାର୍ଡରେ ଜନଜାଗରଣ କାର୍ଯ୍ୟକ୍ରମ କରିବା ସହିତ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବାକୁ ଶ୍ରୀ ବିଶ୍ୱାଳ ଆହ୍ୱାନ ଦେଇଛନ୍ତି ।

ଓବିସି ବର୍ଗ ଛାତ୍ରଛାତ୍ରୀଙ୍କୁ ନିରାଶ କଲେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବୈଠକର ଅଧ୍ୟକ୍ଷତା କରୁଥିବା ଓବିସି ମୋର୍ଚ୍ଚା ଭୁବନେଶ୍ୱର ଜିଲ୍ଲା ସଭାପତି ଉପେନ୍ଦ୍ର ଭଞ୍ଜ ସ୍ୱାଗତ ଭାଷଣରେ କହିଛନ୍ତି ।

ଏହି ବୈଠକରେ ରାଜ୍ୟ ଓବିସି ମାର୍ଚ୍ଚା ସଭାପତିଙ୍କ ସମେତ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ,  ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ମୋର୍ଚ୍ଚାର ରାଜ୍ୟ ଉପସଭାପତି ସୁବାଷ ଚନ୍ଦ୍ର ଜେନା, କୋଷାଧ୍ୟକ୍ଷ ସଂଗ୍ରାମ କେଶରୀ ନାୟକ, ଜିଲ୍ଲା ସାଧାରଣ ସଂପାଦକ ଦୀଲିପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *