ନୂତନ ରେଳ ଲାଇନ ଓ ପାଟଣାଗଡ଼ ବାଇପାସ ଦାବି ନେଇ ରେଳରୋକ ସହ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ଡାକରା ଦିଆଯାଇଛି। ନୂଆପଡା ଭାୟା ପାଟଣାଗଡ଼କୁ ନୂତନ ରେଳ ଲାଇନ ଏବଂ ପାଟଣାଗଡ଼ ବାଇପାସ ରାସ୍ତା ନିର୍ମାଣ ପ୍ରସଙ୍ଗକୁ ନେଇ ଆଜି ପାଟଣାଗଡ଼ ସିଟିଜେନ ଫୋରମ ପକ୍ଷରୁ ରେଳ ରୋକ ସହ ପାଟଣାଗଡ଼ ବନ୍ଦ ଡାକରା ଦିଆଯାଇଛି। ଯାହାର ପ୍ରଭାବରେ ପାଟଣାଗଡ଼ରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏମିତି କି ଆନ୍ଦୋଳନକାରୀମାନେ ଲାଠୋର ଠାରେ ଥିବା ହରିଶଙ୍କର ରୋଡ ରେଳ ଷ୍ଟେସନରେ ରେଳ ରୋକ ଆନ୍ଦୋଳନ କରିଛନ୍ତି। ଯାତାୟତ କରୁଥିବା ପେସେଞ୍ଜର ଟ୍ରେନ ଆଗରେ ବିକ୍ଷୋଭକାରୀ କିଛି ସମୟ ଟ୍ରେନକୁ ଅଟକ ରଖି ପୁଣି ଛାଡି ଦେଉଥିବା ବେଳେ ମାଳବାହୀ ଟ୍ରେନ ଗୁଡିକ ଷ୍ଟେସନରେ ଅଟକି ରହିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now