ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ ବାତିଲ

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡ଼ିପାରିଲା ନାହିଁ ମୁଖ୍ୟମନ୍ତ୍ରୀଙ୍କର ହେଲିକପ୍ଟର। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ ବାତିଲ ହୋଇଛି। ସଡ଼କ ପଥରେ ଭୁବନେଶ୍ଵର ଫେରିଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କର ୩ ଦିନିଆ ଗସ୍ତ କାର୍ଯ୍ୟକ୍ରମର ଶେଷ ଦିନ ଥିବା ବେଳେ । ରାଇସୁଆଁ ଏୟାର ଷ୍ଟ୍ରିପରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟର୍ ଯୋଗେ ବାରିପଦା ଯିବାର କାର୍ଯ୍ୟକ୍ରମ ଥିଲା। ହେଲେ, ହେଲିକ୍ୟାପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ମୁଖ୍ୟମନ୍ତ୍ରୀ ବାରିପଦା ଯାଇପାରି ନଥିଲେ। ସଡ଼କ ପଥରେ ମୁଖ୍ୟମନ୍ତ୍ରୀ ଫେରିବେ ବୋଲି ସୂଚନା ମିଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *