ସପ୍ତମ ଶ୍ରେଣୀ ଝିଅକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ୩୦ ବର୍ଷ ଜେଲ ଗଲେ ଅଭିଯୁକ୍ତ । ଏହି ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣାରେ ଦୋଷୀଙ୍କୁ ୩୦ ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ପସ୍କୋ ଜଜ । ୨୦୨୪ ମସିହା ଯାଜପୁର ଥାନା ଅଞ୍ଚଳର ୧୨ ବର୍ଷୀୟ ନାବାଳିକାକୁ ଅପହରଣ ହୋଇଥିଲା । ଏ ନେଇ ପରିବାର ପକ୍ଷରୁ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଟଚାଳକ ନାବାଳିକାକୁ ନେଇ ଭଦ୍ରକ, ବାଲେଶ୍ଵର, ଡିଘା, କଲିକତାରେ ବିଭିନ୍ନ ଜାଗାରେ ରଖିଥିଲା । ଏକମାସ ଧରି ପୋଲିସକୁ ଚକମା ଦେଉଥିଲା ଅଭିଯୁକ୍ତ । ଶେଷରେ ବରଗଡର ଏକ ହୋଟେଲରୁ ନାବାଳିକାକୁ ଉର୍ଦ୍ଧାର କରିଥିଲା ପୋଲିସ । ଅପହରଣ ଓ ଦୁଷ୍କର୍ମକାରୀ ଅଟଚାଳ ବଳରାମ ରଣାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ୧୫ଜଣଙ୍କ ସାକ୍ଷ ପ୍ରମାଣକୁ ଗ୍ରହଣ କରି ଅଭିଯୁକ୍ତକୁ ୩୦ବର୍ଷ କାରାଦଣ୍ଡାଦେଶ ସହ ୩୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୬ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତାଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଆଇନ ସେବା ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଅଭିଜିତ ପଲାଇ । ଏହି ମାମଲା କୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now