ଫକୀର ମୋହନ କଲେଜରେ ଅଭାବନୀୟ ଘଟଣା । BED ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଏଜୁକେସନ ବିଭାଗର ଏଚଓଡି ସମୀର ସାହୁ ମାନସିକ ଓ ଯୌନ ନିର୍ଯାତନା ଦେଉଥିବା ବାରମ୍ବାର ଅଭିଯୋଗ ପରେ କଲେଜ କତୃପକ୍ଷ ଓ ନେତା ମନ୍ତ୍ରୀ କେହି ତାଙ୍କ ଶୁଣି ନଥିଲେ। ବାଧ୍ୟ ହୋଇ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ। ସେ AIIMS ରେ ଚିକିତ୍ସିତ ହେଉଥିବା ସମୟରେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହେବାପରେ କଲେଜରେ ଉତ୍ତେଜନା ବୃଦ୍ଧି ପାଇବାକୁ ଲକ୍ଷ କରି କଲେଜ ସସ୍ପେଣ୍ଡ ହୋଇଛି। କଲେଜ ପରିସର ସୁରକ୍ଷା ଦୃଷ୍ଟିରୁ ପୋଲିସ ଛାଉଣୀ କରାଯାଇଛି। ଯାହାକି ବର୍ତ୍ତମାନ ନାମଲେଖା କାର୍ଯକ୍ରମ ଥିବାରୁ ବହୁ ଛାତ୍ର ଛାତ୍ରୀ କଲେଜ ରୁ Transfer certificate ନେବାକୁ ଆସି ନିରାଶ ହୋଇ କଲେଜ ଗେଟ ସମ୍ମୁଖରେ ଛିଡ଼ା ହୋଇଛନ୍ତି। ଯାହାକି ବାଲିଆପାଳ ବ୍ଲକ ବାଲିଚାତରା ଅଞ୍ଚଳର ପ୍ରଜ୍ଞା ପରମିତା ଦାସ ଛାତ୍ରୀ ଜଣକ ନଜର CLC ନେବାକୁ ଆସି ହାଇରଣରେ ପଡିଛନ୍ତି। ସେ ପ୍ରଥମେ ତା ୨୪/୬/୨୫ ରିଖରେ +୩ ପ୍ରଥମ ବର୍ଷରେ ଫକୀର ମୋହନ କଲେଜରେ ନାମ ଲେଖାଇଥିଲେ। ଯାହା ଆଜି ତାଙ୍କର ନିଜ ଗ୍ରାମ ନିକଟବର୍ତ୍ତୀ ଜାମସୁଳି ଲକ୍ଷ୍ମୀ ନାରାୟଣ କଲେଜରେ ନାମ ଲେଖା ତାରିଖ ଥିବାରୁ ଏଫଏମ କଲେଜ କୁ ସିଏଲ ନେବାକୁ ଆସି ହଇରାଣ ହେଉଛନ୍ତି। ଯଦି ଏଫଏମ କତୃପକ୍ଷ ସିଏଲ ନଦିଅନ୍ତି ଛାତ୍ର ଛାତ୍ରୀ ମାନେ କରିବେ କଣ ?ତାହା ପ୍ରଶ୍ନବାଚୀ
Naxatra News is now on Whatsapp
Join and get latest news update delivered to you via whatsapp
Join Now