୨୦୨୪ ନିର୍ବାଚନ ଓ ତତ୍ ସମ୍ପର୍କିତ ରାଜନୈତିକ ଘଟଣାପ୍ରବାହ କେମିତି ଥିଲା। ନିର୍ବାଚନ ୨୦୨୪ କେଉଁ ପରିସ୍ଥିତିରେ କଡ଼ ଲେଉଟାଇଲା। ୨୪ ବର୍ଷର ବିଜେଡି ସରକାରକୁ କ୍ଷମତାଚ୍ୟୁତ କରି ଓଡ଼ିଶାବାସୀ ବିଜେପିକୁ ଭରସା କଲେ। ବାସ୍ତବରେ କେଉଁ ଫ୍ୟାକ୍ଟର କାମ କଲା। ନିର୍ବାଚନ ପୂର୍ବରୁ ତ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ଭିତରେ ମେଣ୍ଟ ହେବ ବୋଲି ଶୁଖିଲାରେ ଆଭାସ ମିଳିଥିଲା ନା ଏଭଳି ଅବାସ୍ତବକୁ କେଉଁ ଦୃଶ୍ୟପଟ୍ଟ ଏଥିରେ ସମ୍ଭାବନାକୁ ଦେଖିବାକୁ ବାଧ୍ୟ କରୁଥିଲା। ଆସନ ଅଦଳବଦଳ ପ୍ରଭାବଶୂନ୍ୟ, ପରିବାରବାଦ ରାଜନୀତିରେ ପୂର୍ଣ୍ଣଛେଦ ଓ ସର୍ବୋପରି ତିନି ପ୍ରମୁଖ ଦଳର ସଭାପତି ଏଥର ହାରିଯିବା ଥିଲା ରୋଚକ ଅଧ୍ୟାୟର ଗୋଟିଏ ଗୋଟିଏ ପୃଷ୍ଠା। ବରିଷ୍ଠ ସାମ୍ୱାଦିକ ଚୌଧିରୀ ଅମିତାଭ ଦାସଙ୍କ ଦ୍ୱାରା ଲିଖିତ ନିର୍ବାଚନ ୨୦୨୪- ଓଡ଼ିଶା ରାଜନୀତିରେ କଡ଼ ଲେଉଟାଣୀ ପୁସ୍ତକରେ ଏମିତି ଅନେକ ରୋଚକ କଥାକୁ ଦର୍ଶାଯାଇଛି। ଜୟଦେବ ଭବନରେ ଏହି ପୁସ୍ତକର ଉନ୍ମୋଚନ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିଛନ୍ତି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ ସାମ୍ୱାଦିକ ରବି ଦାସ ଓ ସମ୍ୱାଦ ସମ୍ପାଦକ ତନୟା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପୁସ୍ତକଟିର ଗୁରୁତ୍ୱ ଓ ମହତ୍ତ୍ୱ ବାବଦରେ ଆଲୋଚନା କରିଥିଲେ। ପୁସ୍ତକକୁ ଲେଖିଲା ବେଳେ କେଉଁ କେଉଁ ସୂକ୍ଷ୍ମ ଦିଗକୁ ଦୃଷ୍ଟି ଦିଆଯାଇଥିଲା, ସେ ଦିଗରେ ଆଲୋକପାତ କରିଥିଲେ ଅମିତାଭ ଦାସ। ପେନ୍ ଇନ ବୁକ୍ସ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଅନେକ ଅନାଲୋଚିତ ଅଧ୍ୟାୟକୁ ଲେଖିଛନ୍ତି ଅମିତାଭ।

Naxatra News is now on Whatsapp
Join and get latest news update delivered to you via whatsapp
Join Now