କେନ୍ଦ୍ରାପଡାରେ ପୁଣି ଜଣଙ୍କୁ ଝାମ୍ପିନେଲା କୁମ୍ଭୀର। ଆଳି ଅନ୍ତର୍ଗତ ଦିନିଆରି ଗାଁ ନିକଟ ପାନିଆ ଯୋରରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଛି। ନିଖୋଜ ବ୍ୟକ୍ତି ହେଉଛନ୍ତି ଇଚ୍ଛାପୁର ଗାଁର ଅଜାମ୍ବର ନାୟକ। ସୂଚନା ଅନୁଯାୟୀ, ଅଜାମ୍ୱର ମଇଁଷି ନେଇ ପାନିଆ ଯୋର ପାର କରୁଥିବା ବେଳେ ଛକି ରହିଥିବା କୁମ୍ଭୀର ବୃଦ୍ଧଙ୍କୁ ଝାମ୍ପି ନେଇଥିଲା। ତେବେ ମଇଁଷି ଚରାଇବାକୁ ଯାଇଥିବା ଗାଁର ଜଣେ ଲୋକ ଦେଖିବା ପରେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ସେତେବେଳକୁ କୁମ୍ଭୀର ଅଜମ୍ବରଙ୍କୁ ନଦୀ ଭିତରକୁ ନେଇ ଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଁଚି ଗ୍ରାମବାସୀଙ୍କ ସହାୟତାରେ ୨ଟି ବୋଟ ସାହାଯ୍ୟରେ ଖୋଜାଖୋଜି ଜାରି ରଖିଛନ୍ତି। ସେହିପରି ଘଟଣାସ୍ଥଳରେ ବନବିଭାଗ ଓ ସ୍ଥାନୀୟ ତହସିଲଦାର ମଧ୍ୟ ପହଁଚିଛନ୍ତି। ଅନ୍ୟପଟେ ଅଜାମ୍ବରଙ୍କୁ କୁମ୍ଭୀର ନେଇଯିବା ଶୁଣି ଗାଁରେ ଶୋକାକୁଳ ପରିସ୍ଥିତି ଦେଖାଦେଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now