ପାଣି ଘେରରେ ଭୋଗରାଇ ବ୍ଲକର ୪୦ ଗାଁ

ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ୪ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି। ପାଣି ଘେରରେ ଭୋଗରାଇ ବ୍ଲକର ୪୦ ଗାଁ। କୁସୁଡା-ଗବଗା ରାସ୍ତାରେ ଚାଲିଲା ୪ ଫୁଟ୍‌ର ବନ୍ୟା ପାଣି। ଏବେ ୧୦.୮୦ ମିଟରରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ବ୍ଲକର ୧୪୧ଟି ଗାଁର ୩୫୬୫୪ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ୧୧୬୩୨ଜଣ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାବେଳେ ୫୧ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଜିଲ୍ଲାର ମୋଟ ୧୨୬୨୭ଟି ଜୀବଜନ୍ତୁ ପ୍ରଭାବିତ ହୋଇଛନ୍ତି। ଶହ ଶହ ଗାଁରେ ଲୋକଙ୍କ ଜୀବନକୁ ଦୁର୍ବିଃସହ କରିଛି। ନଦୀକୂଳରେ ରାତି କାଟିଲେ ବନ୍ୟା ବିପନ୍ନ। ବହୁ ଲୋକଙ୍କ ପାଖରେ ଏଯାଏଁ ରିଲିଫ୍ ପହଞ୍ଚିନି। ଗାଁ ବିଛିନ୍ନ ହୋଇଥିବାରୁ ଯାତାୟତ ସମ୍ଭବ ହୋଇପାରୁନି। ସେପଟେ ଆଉ ଦିନକ ପରେ ନଦୀରେ ପାଣି କମିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *