ବିଲୁଆ ଆତଙ୍କ : ୨୦ରୁ ଉର୍ଦ୍ଧ୍ୱ ଆହାତ

ଗଞ୍ଜାମ ଜିଲ୍ଲା ପୋଲସରାରେ ବିଲୁଆ ଆତଙ୍କ। ପୋଲସରା ରେଞ୍ଜ ଅଧିନ ହାତୀଓଟ, ଯେମାଦେଇପୁର, ପ୍ରାଣପୁରଦେଇପୁର ଗାଁରେ ଆତଙ୍କ ଖେଳାଇଛି ବିଲୁଆ। ଫଳରେ ବିଲୁଆ ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ୱ ଲୋକ ଆହାତ ହୋଇଛନ୍ତି l ଆହାତମାନଙ୍କ ମଧ୍ୟରେ ୭ଜଣ ମହିଳା ରହିଥିବା ବେଳେ ୧୩ଜଣ ପୁରୁଷ ରହିଛନ୍ତି। ସୂଚନା ମୁତାବକ, ପୋଖରୀ ଓ ଚାଷ ଜମିକୁ ଯିବା ସମୟରେ ଗୋଟିଏ ବିଲୁଆ ସମସ୍ତଙ୍କୁ ଆକ୍ରମଣ କରିଛି l ବିଲୁଆଟି ଆଖପାଖ ତିନୋଟି ଗ୍ରାମରେ ଲୋକଙ୍କୁ ଆକ୍ରମଣ କରିଥିବା ବେଳେ ଆହାତମାନଙ୍କୁ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *