ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ

ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନାଞ୍ଚଳର ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଞ୍ଚମଶ୍ରେଣୀ ୨ ଜଣ  ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଶିକ୍ଷକ ଗିରଫ ହୋଇଛନ୍ତି। ଏହି ଘଟଣାରେ ଲଇକେରା ପୁଲିସ୍ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଶିକ୍ଷକ ତ୍ରୈଲୋକ୍ୟନାଥ ମହାପାତ୍ରଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। କୋର୍ଟରେ ନାବାଳିକା ଛାତ୍ରୀ ଦ୍ବୟଙ୍କ ବୟାନ ରେକର୍ଡ କରାଯାଇଛି। ଆଜି ସେମାନଙ୍କୁ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି)ରେଉପସ୍ଥାପନ କରା‌ଯାଇଥିବା ଜଣାପଡ଼ିଛି। ସିଡବ୍ଲ୍ୟୁସି ପକ୍ଷରୁ ଏହି ଘଟଣାରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି (ଆକ୍ସନ ଟେକେନ୍ ରିପୋର୍ଟ) ତାର ରିପୋର୍ଟ ମଗାଯାଇଥିବା ସମିତି ଅଧ୍ୟକ୍ଷ ଆଶିଷ କୁମାର ପଣ୍ଡା କହିଛନ୍ତି। ଅଭିଯୋଗ ଅନୁସାରେ, ଗତ ସପ୍ତାହରେ ପଞ୍ଚମ ଶ୍ରେଣୀର ଉକ୍ତ ଛାତ୍ରୀ ଦ୍ଵୟ କ୍ୟାମ୍ପସରେ ବୁଲାବୁଲି କରୁଥିବାବେଳେ ସମ୍ପୃକ୍ତ ଶିକ୍ଷକ ସେମାନଙ୍କୁ ପାଖକୁ ଡାକି ଅସଦାଚରଣ କରିବା ସହ ଆପତ୍ତିଜନକ ବ୍ୟବହାର କରିଥିଲେ। ଏନେଇ ଛାତ୍ରୀଦ୍ବୟ ଘରକୁ ଯାଇ ଘଟଣା ସମ୍ପର୍କରେ କହିଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପାଖରେ ପହଞ୍ଚିବା ପରେ ସେ ଉଭୟପକ୍ଷଙ୍କୁ ଡାକି ପଚରାଉଚରା କରିଥିଲେ ।ଏହାପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଅନ୍ୟ ଏକ ସ୍କୁଲକୁ ଡେପୁଟେସନ ପଠାଇ ଦିଆଯାଇଥିଲା। ଗତକାଲି ଅଭିଭାବକମାନେ ଲଇକେରା ଥାନାର ଦ୍ବାରସ୍ଥ ହେବା ପରେ ପୁଲିସ୍ ଏ ସମ୍ପର୍କିତ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଶିକ୍ଷକ ଶ୍ରୀ ମହାପାତ୍ରଙ୍କୁ ଗିରଫ କରିଛି ପୋଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *